ଓଡିଶା

odisha

ETV Bharat / city

ସିଇଓଙ୍କୁ ଘାରିଲା ଇଭିଏମ ସୁରକ୍ଷା ଭୟ - ଭୁବନେଶ୍ବର

'ଫନି’କୁ ଦୃଷ୍ଟିରେ ରଖି ଇଭିଏମର ସୁରକ୍ଷା ପାଇଁ ସିଇଓଙ୍କ ସୁରକ୍ଷା ଚିନ୍ତା । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଗଲା ଇଭିଏମର ସୁରକ୍ଷା ଦାୟିତ୍ବ । ଗଜପତି ଓ ଜଗତସିଂହପୁର ଜିଲ୍ଲାର କେତେକ ଇଭିଏମକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : May 1, 2019, 6:39 PM IST

ଭୁବନେଶ୍ବର: 'ଫନି’କୁ ଦୃଷ୍ଟିରେ ରଖି ଇଭିଏମର ସୁରକ୍ଷା ପାଇଁ ସିଇଓଙ୍କ ସୁରକ୍ଷା ଚିନ୍ତା । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଗଲା ଇଭିଏମର ସୁରକ୍ଷା ଦାୟିତ୍ବ । ଗଜପତି ଓ ଜଗତସିଂହପୁର ଜିଲ୍ଲାର କେତେକ ଇଭିଏମକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରତି ଜିଲ୍ଲାର ସମ୍ପୂର୍ଣ୍ଣ ରୂପରେ ଷ୍ଟ୍ରଙ୍ଗ ରୁମ୍ ର ସୁରକ୍ଷାକୁ ନେଇ ତଥ୍ୟ ଦେଇଛନ୍ତି । ଯେଉଁ ଉପକୂଳ ଅଞ୍ଚଳର ଥିବା ଜିଲ୍ଲାରେ ଷ୍ଟ୍ରଙ୍ଗ ରୁମ ରହିଛି ସେଥିମଧ୍ୟରୁ କେବଳ ୨ଟି ଜିଲ୍ଲାର ଇଭିଏମ ସ୍ଥାନାନ୍ତର କରାଯିବ । ସେହି ଜିଲ୍ଲା ହେଲା ଗଜପତି ଓ ଜଗତସିଂହପୁର । ଏହା ସହ ୧୪ ଜିଲ୍ଲାର ଇଭିଏମ ସୁରକ୍ଷା ନେଇ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଜିଲ୍ଲାପାଳ । ଗଞ୍ଜାମ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଅନୁଗୋଳ, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ରେଢ଼ାଖୋଲ, କୁଚିଣ୍ଡା, ଝାରସୁଗୁଡ଼ା ଆଦି ଜିଲ୍ଲାରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି ।

କିଛି ସ୍ଥାନରେ ଇଭିଏମକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଆସିଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । କମିଶନଙ୍କ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ । ବର୍ଷା ପାଇଁ ଗଜପତିରେ ମଧ୍ୟ ଇଭିଏମ ସୁରକ୍ଷା ଉପରେ ଫୋକସ ରହିବ । ଇଭିଏମ ସୁରକ୍ଷା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details