ଓଡିଶା

odisha

ETV Bharat / city

କୋଭିଡ଼ ପରିଚାଳନା ପାଇଁ ରାଜ୍ୟକୁ ମିଳିଲା 333.8 କୋଟି - କୋଭିଡ଼ ପରିଚାଳନା ପାଇଁ କେନ୍ଦ୍ରର ଅନୁଦାନ

କୋଭିଡ ପରିଚାଳନା ପାଇଁ ରାଜ୍ୟକୁ 333.8 କୋଟି ଟଙ୍କା ଅନୁଦାନ ଯୋଗାଇଛି କେନ୍ଦ୍ର । ଅଧିକ ପଢନ୍ତୁ...

କୋଭିଡ଼ ପରିଚାଳନା ପାଇଁ ରାଜ୍ୟକୁ ମିଳିଲା 333.8 କୋଟି ଅନୁଦାନ
କୋଭିଡ଼ ପରିଚାଳନା ପାଇଁ ରାଜ୍ୟକୁ ମିଳିଲା 333.8 କୋଟି ଅନୁଦାନ

By

Published : May 9, 2021, 12:19 PM IST

Updated : May 9, 2021, 12:51 PM IST

ଭୁବନେଶ୍ବର:କୋଭିଡ଼ ପରିଚାଳନା ପାଇଁ କେନ୍ଦ୍ର ରାଜ୍ୟକୁ ଯୋଗାଇଛି 333.8 କୋଟି ଟଙ୍କା ଅନୁଦାନ । ଏହାସହିତ ଦେଶର 25 ରାଜ୍ୟରେ କୋଭିଡ ପରିଚାଳନା ପାଇଁ କେନ୍ଦ୍ର ମୋଟ 8928.8 କୋଟି ଟଙ୍କା ଅର୍ଥରାଶି ଖର୍ଚ୍ଚ କରୁଥିବା ଜଣାପଡିଛି । ତେବେ ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ମିଳିଛି ।

ଏହି ଅର୍ଥରାଶି ରାଜ୍ୟରେ ପଞ୍ଚାୟତ ସ୍ତରରେ ଖର୍ଚ୍ଚ ହେବ । 15 ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଏହି ଅର୍ଥରାଶିର ପ୍ରଥମ ଇନଷ୍ଟଲମେଣ୍ଟ ବା କିସ୍ତି ଜୁନ ମାସରେ ରାଜ୍ୟଗୁଡିକୁ ଦିଆଯିବ। ଫାଇନାନ୍ସ କମିଶନ ଏହି ଅନୁଦାନକୁ ଯୋଗାଇବା ଲାଗି ସମସ୍ତ ଖର୍ଚ୍ଚ ଏବଂ ବିନିଯୋଗ ଅନଲାଇନରେ ହେବା ପାଇଁ ସର୍ତ୍ତ ରଖିଛନ୍ତି । ତେବେ ସାର୍ବଜନୀନ ଡୋମେନରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ଶତକଡ଼ା ଖାତାର ଅନଲାଇନ୍ ଉପଲବ୍ଧତା ରହିବା ଆବଶ୍ୟକ । କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁଦାନର ପ୍ରଥମ କିସ୍ତି ପାଇଁ ଏହି ସର୍ତ୍ତକୁ ଛାଡ କରାଯାଇଛି ।

25 ରାଜ୍ୟଗୁଡିକ ମଧ୍ୟରେ ସବୁଠାରୁ ଅଧିକ ଅର୍ଥ 1441.6 କୋଟି ଉତ୍ତରପ୍ରଦେଶକୁ ଦିଆଯାଇଥିବା ବେଳେ ସବୁଠାରୁ କମ ଅର୍ଥ 6.2 କୋଟି ସିକିମକୁ ମିଳିଛି । ସେହିପରି ଆନ୍ଧ୍ରପ୍ରଦେଶକୁ 387.8 କୋଟି ମିଳିଥିବା ବେଳେ ଅରୁଣାଚଳପ୍ରଦେଶକୁ 34 କୋଟି, ଆସାମକୁ 237.2 କୋଟି, ବିହାରକୁ 741.8 କୋଟି, ଛତିଶଗଡ଼କୁ 215 କୋଟି, ଗୁଜୁରାଟକୁ 472.4 କୋଟି, ହରିୟାଣାକୁ 187 କୋଟି ମିଳିଛି ।

ସେହିପରି ହିମାଚଳପ୍ରଦେଶକୁ 63.4 କୋଟି, ଝାଡ଼ଖଣ୍ଡକୁ 249.8 କୋଟି, କର୍ଣ୍ଣାଟକକୁ 475.4 କୋଟି, କେରଳକୁ 240.6 କୋଟି, ମଧ୍ୟପ୍ରଦେଶକୁ 588.8 କୋଟି, ମଣିପୁରକୁ 26.2 କୋଟି, ମିଜୋରାମକୁ 13.8 କୋଟି, ପଞ୍ଜାବକୁ 205.2 କୋଟି, ରାଜସ୍ଥାନକୁ 570.8 କୋଟି, ତାମିଲନାଡୁକୁ 533.2 କୋଟି, ତେଲେଙ୍ଗାନାକୁ 273 କୋଟି, ତ୍ରିପୁରାକୁ 28.2 କୋଟି, ଉତ୍ତରାଖଣ୍ଡକୁ 85 କୋଟି ଓ ପଶ୍ଚିମବଙ୍ଗକୁ 652.2 କୋଟି ମିଳିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : May 9, 2021, 12:51 PM IST

ABOUT THE AUTHOR

...view details