ଭୁବନେଶ୍ବର: ପଛୁଆ ବର୍ଗମାନଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଏହି ଚିଠିରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ(ଏସ୍ଇବିସି)ମାନଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଧର୍ମେନ୍ଦ୍ରଙ୍କ ଅନୁରୋଧ ଅନୁଯାୟୀ ରାଜ୍ୟରେ ଓବିସି ଓ ଏସ୍ଇବିସି ବର୍ଗ ସମୁଦାୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ । ଏମାନଙ୍କ ମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଶିକ୍ଷା ଅଭାବରେ କାଳାତିପାତ କରୁଛନ୍ତି । ତେଣୁ ଏମାନଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ବିଶେଷ ସୁବିଧା ଯୋଗାଇ ଦେବା ଏକପ୍ରକାର ଜରୁରୀ ହୋଇ ପଡିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ସମ୍ବିଧାନର ଧାରା 15(4) ଓ 16(4) ଉଲ୍ଲେଖ କରି ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ 27 ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଥିବା ଦର୍ଶାଇଛନ୍ତି ଧର୍ମେନ୍ଦ୍ର । ଏହି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି । ନିୟମର ପାଳନ କରି ଅନେକ ରାଜ୍ୟ ସରକାର ମଧ୍ୟ ନିଜ ରାଜ୍ୟର ସମୁଦାୟ ଜନସଂଖ୍ୟାର ଏଭଳି ଏକ ବର୍ଗ ପାଇଁ ଶତାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ।
ହେଲେ ଓଡିଶା ସରକାର ଏସମସ୍ତ ସୁବିଧା ଓବିସି ଓ ଏସ୍ଇବିସିମାନଙ୍କୁ ଦେଉ ନଥିବାରୁ ସେମାନେ ଭଲ ଶିକ୍ଷା ଓ ଚାକିରୀରୁ ବଞ୍ଚିତ ହୋଇ ସମାଜରେ ସାମାଜିକ ଓ ଆର୍ଥିକ ଭାବେ ପଛୁଆ ହୋଇ ରହିଯାଇଛନ୍ତି । ଏପରି ପରିସ୍ଥିତରେ ଏହି ବର୍ଗର ଲୋକମାନଙ୍କ ପାଇଁ ସରକାର ଅଧିକ ସୁବିଧା ଉପଲବ୍ଧ କରାଇ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ