କୋଲକାତା: ବାତ୍ୟା ଅମ୍ଫନ ଯୋଗୁଁ ପଶ୍ଚିମବଙ୍ଗରେ ପ୍ରାୟ ୮୦ ଜଣଙ୍କର ମୃତ୍ୟୁ ଘଟିଛି। ବ୍ୟାପକ ଘର ନଷ୍ଟ ହେବା ସହ ପ୍ରଚୁର ଗଛ ମଧ୍ୟ ଉପୁଡ଼ିଛି। ତେଣୁ ରାଜ୍ୟର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ପଶ୍ଚିମବଙ୍ଗକୁ କେନ୍ଦ୍ରର 1 ହଜାର କୋଟିର ପ୍ୟାକେଜ - ପଶ୍ଚିମବଙ୍ଗ
ଅମ୍ଫାନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମମନ୍ତ୍ରୀ ମୋଦି ପଶ୍ଚିମବଙ୍ଗକୁ 1 ହଜାର କୋଟିର ପ୍ୟାକେଜ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ..
center declaired
ଅମ୍ଫାନ ବାତ୍ୟାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାବୁଲ ସୁପ୍ରିୟୋ, ପ୍ରତାପ ଷଡ଼ଙ୍ଗୀ ଏବଂ ଦେବାଶ୍ରୀ ଚୌଧୁରୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରିଥିଲେ।