ଓଡିଶା

odisha

ETV Bharat / city

ସ୍ମାର୍ଟସିଟିକୁ ଜଗିବ ସିସିଟିଭି, ଅପରାଧିକ କାର୍ଯ୍ୟକଳାପରେ ଲାଗିବ ରୋକ - ପୋଲିସ କମିଶନର

ରାଜଧାନୀର ସୁରକ୍ଷା ଚିନ୍ତାରେ କମିଶନରେଟ ପୋଲିସ । ଏଣିକି ସହର ସାରା ଲାଗିବ ସିସିଟିଭି କ୍ୟାମେରା । ସହରର ଗଳିକନ୍ଦିରୁ ଆରମ୍ଭ କରି ବଡ ବଡ ସପିଂ ମଲ ଓ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁଠାରେ ଲାଗିବ ସିସିଟିଭି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 28, 2019, 12:22 PM IST

Updated : Sep 28, 2019, 1:14 PM IST

ଭୁବନେଶ୍ବର: ରାଜଧାନୀର ସୁରକ୍ଷା ଚିନ୍ତାରେ କମିଶନରେଟ ପୋଲିସ । ଏଣିକି ସହର ସାରା ଲାଗିବ ସିସିଟିଭି କ୍ୟାମେରା। ସହରର ଗଳିକନ୍ଦିରୁ ଆରମ୍ଭ କରି ବଡ ବଡ ସପିଂ ମଲ ଓ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ । ସବୁଠାରେ ଲାଗିବ ସିସିଟିଭି । ଏନେଇ ଯୋଜନା ଚାଲିଥିବାବେଳେ ଏଥିପାଇଁ କିଛି ଅନୁଷ୍ଠାନ ଓ ପବ୍ଲିକ ସେକ୍ଟର କମ୍ପାନୀର ସହଯୋଗ ଲୋଡିଛି କମିଶନରେଟ ପୋଲିସ ।

ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ମଲ କର୍ତ୍ତୃପକ୍ଷ, ରେଲୱେ ଓ ନାଲକୋ ଭଳି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ହାଇ କ୍ବାଲିଟି କ୍ୟାମେରା ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ବାରା ପୋଲିସ ମୁତୟନ ସମ୍ଭବପର ହେଉନଥିବା ଅଞ୍ଚଳରେ ସିସିଟିଭି ରଖିବ ନଜର । ଯାହା ଦିନକୁ ଦିନ ବଢିଥିବା ଅପରାଧିକ କାର୍ଯ୍ୟକଳାପରେ ରୋକ ଲଗାଇବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ପ୍ରକାଶ କରିଛନ୍ତି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ସହରରେ ଆହୁରି 5 ହଜାର ସିସିଟିଭି ଲଗାଇବାକୁ ଯୋଜନା ରଖାଯାଇଥିବା କହିଛନ୍ତି ପୋଲିସ କମିଶନର । ଏଥିସହ ଅନଲାଇନ ସିସିଟିଭି ଲଗାଉଥିବା ଲୋକଙ୍କ ସିସିଟିଭିର ଭିଜୁଆଲକୁ ପୋଲିସ କଣ୍ଟ୍ରୋଲ ରୁମ ସହ ଯୋଡି ପୋଲିସ ଅପରେଟ କରିବାକୁ ଯୋଜନା ଚଳାଇଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 28, 2019, 1:14 PM IST

ABOUT THE AUTHOR

...view details