ଓଡିଶା

odisha

ETV Bharat / city

ସିସିଟିଭିରେ ସ୍ମାର୍ଟସିଟି ଲୁଟେରା, ଗ୍ରିଲ ତାଡି ଲୁଟୁଛନ୍ତି ବାଇକ - smartcity

ସିସିଟିଭି ଦେଲା ସୁରାଗ । ପର୍ଦ୍ଦାଫାଶ ହେଲା ସ୍ମାର୍ଟସିଟି ଲୁଟେରାଙ୍କ କଳା କାରନାମା । କମିଶନରେଟ ପୋଲିସ ହାତରେ ଧରାପଡିଲେ ଲୁଟେରା ଗ୍ୟାଙ୍ଗର ୨ ସଦସ୍ୟ । ଏହା ସହ ୮ଟି ବାଇକ ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 20, 2019, 2:08 PM IST

Updated : Jul 20, 2019, 5:11 PM IST

ଭୁବନେଶ୍ବର: ସାବଧାନ ! ଘର ତାଲା ପକାଇ ଅଚିନ୍ତାରେ ରହିଯାଉଛନ୍ତି କି ? ରାତି ଅଧରେ ଆପଣଙ୍କ ଘରର ଗ୍ରିଲ ତାଡି ବାଇକ ଲୁଟିପାରେ ଲୁଟେରା । କାରଣ ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା । ରାତି ହେଉ ବା ଦିନ ଦ୍ବିପ୍ରହର, ହାଣ୍ଡେଲ ଲକ ତାଡି ବାଇକ ନେଇ ଚମ୍ପଟ ମାରୁଛି ଲିଟେରା । ଏଭଳି କିଛି ଦୃଶ୍ୟ କଏଦ ହୋଇଛି ସିସିଟିଭି ଲେନ୍ସରେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଏହି ଭିଜୁଆଲକୁ ଆଧାର କରି ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିସନରେଟ ପୋଲିସ । 2ଜଣ ଲୁଟେରାକୁ ଗିରଫ କରି ସେମାନଙ୍କ ଠାରୁ ୮ଟି ବାଇକ ଜବତ କରାଯାଇଛି । ଏହି ଗ୍ୟାଙ୍ଗରେ ପୁରୀ ପେଣ୍ଠକଟାର ପ୍ରଦୀପ ପାଇକରାୟ ଓ ଡେଲାଙ୍ଗର ସୁମନ୍ତ ମଲ୍ଲିକ ଓରଫ ନନ୍ଦୁ ରହିଛନ୍ତି ।

ଜବତ ବାଇକକୁ ଚୋରି ହୋଇଥିବା ଲୋକଙ୍କୁ ଫେରାଇବାକୁ ପ୍ରୟାସ ଆରମ୍ଭ ଗରିଛି ପୋଲିସ । ତେବେ ସିସିଟିଭି ଯୋଗୁଁ ଲୁଟେରା ଧରାପଡିଥିବା ବେଳେ ସର୍ବସାଧାରଣଙ୍କୁ ସିସିଟିଭି ଲଗାଇବାକୁ ଅନୁରୋଧ କରିଛି କମିସନରେଟ ପୋଲିସ । ତେବେ ବିଗତ ୫ ମାସରେ ଖଣ୍ଡଗିରି ଅଞ୍ଚଳରୁ ପ୍ରାୟ ୩୫ରୁ ଊର୍ଦ୍ଧ୍ବ ବାଇକ ଚୋରି ହୋଇଥିବା ପୋଲିସ କହିଛି । ଏପଟେ ପୋଲିସ ଲୁଟେରାଙ୍କ ଠାରୁ ପ୍ରାୟ ୭୦ରୁ ଊର୍ଦ୍ଧ୍ବ ବାଇକ ଜବତ କରିଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 20, 2019, 5:11 PM IST

ABOUT THE AUTHOR

...view details