ଓଡିଶା

odisha

CBSE 10th Result: ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଶେଷ ସୁଯୋଗ

By

Published : Aug 3, 2021, 3:12 PM IST

Updated : Aug 3, 2021, 3:49 PM IST

CBSE ଦଶମ ବୋର୍ଡ ପରୀକ୍ଷା ଫଳ । ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଆଉଥରେ ପରୀକ୍ଷା । ଅଧିକ ପଢନ୍ତୁ...

CBSE 10th Result: ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଶେଷ ସୁଯୋଗ
CBSE 10th Result: ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଶେଷ ସୁଯୋଗ

ଭୁବନେଶ୍ବର: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ବୋର୍ଡ ପରୀକ୍ଷା ଫଳ । ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଆଉଥରେ ପରୀକ୍ଷା । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ପରୀକ୍ଷା ବାତିଲ କରାଯାଇଥିବାବେଳେ ବିନା ପରୀକ୍ଷା ପ୍ରକାଶ ପାଇଛି ରେଜଲ୍ଟ ।

CBSE 10th Result: ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଶେଷ ସୁଯୋଗ

ବିକଳ୍ପ ମୂଲ୍ୟାୟାନ ଆଧାରରେ ଏଥର ପ୍ରକାଶ ପାଇଛି ରେଜଲ୍ଟ। ମାର୍କକୁ ନେଇ ଅନେକ ଛାତ୍ର ଛାତ୍ରୀ ଖୁସି ରହିଥିବାବେଳେ ଅନେକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନଲାଇନରେ ପାଠପଢା ଓ ବିନା ପରୀକ୍ଷାରେ ମାର୍କ ବହୁତ କଷ୍ଟ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ସେପଟେ ପରୀକ୍ଷାରେ ଭଲ ମାର୍କ ଆଣିଥିବା ଛାତ୍ରଛାତ୍ରୀ ନିଜ ସଫଳତାକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା ମା'ଙ୍କୁ ଶ୍ରେୟ ଦେଇଛନ୍ତି । ଶିକ୍ଷକ ଶିକ୍ଷଯତ୍ରୀମାନେ ପ୍ରତି ମୁହୂର୍ତ୍ତରେ ପାଠପଢ଼ା ଉପରେ ଧ୍ୟାନ ଦେବାକୁ ନିର୍ଦେଶ ଦେଉଥିଲେ। ଯାହା ଫଳରେ ଆଜି ଭଲ ରେଜଲ୍ଟ ମିଳିଛି। ଏଥିରେ ପରିବାର ଏବଂ ଶିକ୍ଷକ ମାନଙ୍କ ଅବଦାନ ରହିଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ।

ବୋର୍ଡ ୱେବସାଇଟ cbse.gov.in ଓ CBCERESULT.nic.in ଉପଲବ୍ଧ ହୋଇଛି ରେଜଲ୍ଟ । ମହାମାରୀ କୋରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ପଦ୍ଧତି ଆଧାରରେ ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିଛି ବୋର୍ଡ । ୨୦ ଲକ୍ଷକୁ ଅଧିର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା ।

ଗତ ଜୁଲାଇ ୩୦ ତାରିଖରେ CBSE ଦ୍ବାଶମ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଏଥିରେ ମୋଟ ପାସ ହାର ରହିଥିଲା ୯୯.୩୭ ପ୍ରତିଶତ । ସେହିପରି ଭୁବନେଶ୍ବର ରିଜିୟନରେ ପାସ ହାର ରହିଥିଲା ୯୯.୫୫% ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 3, 2021, 3:49 PM IST

ABOUT THE AUTHOR

...view details