ଓଡିଶା

odisha

ETV Bharat / city

CBSE 10th Result: ଓଡିଶାରୁ ପାସହାର ୯୯.୬୨% - ଦଶମ ବୋର୍ଡ ପରୀକ୍ଷା

ସିବିଏସଇ ଦଶମ ବୋର୍ଡ ପରୀକ୍ଷା । ଓଡିଶାରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ ୪୩, ୬୩୦ ଜଣ ଛାତ୍ରଛାତ୍ରୀ । ପାସ କଲେ ୪୩, ୨୮୮ ଜଣ । ଅଧିକ ପଢନ୍ତୁ...

CBSE 10th Result: ଓଡିଶାରୁ ପାସ୍‌ ୯୯.୬୨%
CBSE 10th Result: ଓଡିଶାରୁ ପାସ୍‌ ୯୯.୬୨%

By

Published : Aug 3, 2021, 4:24 PM IST

ଭୁବନେଶ୍ବର: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ବୋର୍ଡ ପରୀକ୍ଷା ଫଳ । ୯୯.୦୪% ଛାତ୍ରଛାତ୍ରୀ ପରୀକ୍ଷାରେ ହୋଇଛନ୍ତି ଉତ୍ତୀର୍ଣ୍ଣ । ଭୁବନେଶ୍ବର ରିଜିଅନରେ ମଧ୍ୟ ଭଲ ରହିଛି ରେଜଲ୍ଚ ।

ଭୁବନେଶ୍ବର ରିଜିଅନରେ ୯୯.୬୨% ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । ପରୀକ୍ଷା ରେଜଲ୍ଟକୁ ନେଇ ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଖୁସି ଅଛନ୍ତି । ସେପଟେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ଲିଖିତ ପରୀକ୍ଷା ପାଇଁ ଦିଆଯିବ ସୁଯୋଗ । ସିବିଏସଇ ଦଶମ ପରୀକ୍ଷା ରେ ଚଳିତ ବର୍ଷ ରାଜ୍ୟରୁ ୪୩,୩୬୦ ପିଲା ଫର୍ମ ପୂରଣ କରିଥିବା ବେଳେ ୪୩ ହଜାର ୨୮୮ ପିଲା ପାସ୍ କରିଛନ୍ତି। ୧୯୪ ଜଣ ଗୋଟିଏ କିମ୍ବା ଦୁଇଟି ବିଷୟ ଏବଂ ୪୦ ଜଣ ସମ୍ପୂର୍ଣ୍ଣ ଫେଲ୍ ହୋଇଛନ୍ତି। ଏହାସହ ୧୦୮ ଜଣଙ୍କ ରେଜଲ୍ଟ ବାହାରିବାକୁ ଅଛି ।

ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ଦେଢ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଆସିଛି । ତେବେ ଆଜିର ଦିନକୁ ସଫଳ କରିଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଶିକ୍ଷାକ ଶିକ୍ଷୟତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details