ଭୁବନେଶ୍ବର: ପ୍ରଥମ ଥର ପାଇଁ ସିବିସିଏସ କୋର୍ସ ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପାଇଲା । 2016 ମସିହାରେ ଏହି କୋର୍ସ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା 330 ଟି କଲେଜର ଫଳ ପ୍ରକାଶ କଲେ ପିଜି କାଉନସିଲ ଅଧ୍ୟକ୍ଷା ସବିତା ଆଚାର୍ଯ୍ୟ ।
କଳାରେ ପରୀକ୍ଷା ଦେଇଥିଲେ 22 ହଜାର 718 ସେଥିମଧ୍ୟରୁ ପାସ କରିଛନ୍ତି 16 ହଜାର 028, ପାସ ପ୍ରତିଶତ ରହିଛି 71 ପ୍ରତିଶତ । ବାଣିଜ୍ୟରେ 3 ହଜାର 177 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ପାସ କରିଛନ୍ତି 2 ହଜାର 641, ପାସ ପ୍ରତିଶତ ରହିଛି 83 ପ୍ରତିଶତ । O ଗ୍ରେଡ ବା 90 ପ୍ରତିଶତ ରୁ ଅଧିକ ମାର୍କ କେହି ଛାତ୍ରଛାତ୍ରୀ ପାଇନାହାନ୍ତି ।