ଓଡିଶା

odisha

ETV Bharat / city

ରାଜଧାନୀରେ ଡାଲା ଅଟୋ ଗ୍ୟାଙ୍ଗର ପର୍ଦ୍ଦାଫାସ, ଲକଡାଉନରେ ହଜାଇଥିଲେ ଲୋକଙ୍କ ନିଦ

ରାଜଧାନୀରେ ଡାଲା ଅଟୋ ଗ୍ୟାଙ୍ଗର ପର୍ଦ୍ଦାଫାସ, ଲକଡାଉନରେ ଲୋକଙ୍କ ନିଦ ହଜାଇଥିଲେ । ଅଧିକ ପଢନ୍ତୁ...

ରାଜଧାନୀରେ ଡାଲା ଅଟୋ ଗ୍ୟାଙ୍ଗର  ପର୍ଦ୍ଦାଫାସ
ରାଜଧାନୀରେ ଡାଲା ଅଟୋ ଗ୍ୟାଙ୍ଗର ପର୍ଦ୍ଦାଫାସ

By

Published : Jul 2, 2021, 7:49 AM IST

ଭୁବନେଶ୍ବର: ରାଜଧାନୀରେ ଡାଲା ଅଟୋ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ପୋଲିସ, ଲକଡାଉନରେ ଲୋକଙ୍କ ନିଦ ହଜାଇ ବିଭିନ୍ନ ସ୍ଥାନରେ କଳା କନା ବୁଲାଉଥିଲେ ଏହି ଗ୍ୟାଙ୍ଗ । ଏକ ଡାଲା ଅଟୋ ଧରି ବୁଲି ବୁଲି ସହର ସାରା ରେକି ମାରିବା ସହ ଫାଙ୍କା ଘର ବା କେହି ନଥିବା ଲୋକଙ୍କ ଘରକୁ ଟାର୍ଗେଟ କରୁଥିଲେ। ନିଛାଟିଆ ଦୋକାନ ବା ବ୍ୟବସାୟୀକ ପ୍ରତିଷ୍ଠାନ ଦେଖି ଅପରେସନ ଆରମ୍ଭ କରୁଥିଲେ। ଖାରବେଳନଗରଠୁ ଆରମ୍ଭ କରି ନୟାପଲି ପର୍ଯନ୍ତ। ଏରିଆ ବାଣ୍ଟି ଲୁଟପାଟ କରୁଥିଲା ଏହି ଗ୍ୟାଙ୍ଗ। ଏକକାଳୀନ ଦୁଇ ଦୁଇ ଜଣ ମିଶି ଘର ସିଫ୍ଟ ହେବା କହି କାହାର ଘରର ତାଲା ଭାଙ୍ଗି ତ ଆଉ କାହାର ଦୋକାନ ସିଫ୍ଟ ବାହାନାରେ ଗାଡି ଲଗାଇ ଲୁଟ କରୁଥିଲେ।

ତେବେ ଲୋକ ଏହା ଦେଖି କେହି ଘର ସିଫ୍ଟ କରୁଥିବା ମଧ୍ୟ ଭାବୁଥିଲେ । ଫଳରେ ଲୁଟେରା ମାନେ ଘରର ଫ୍ରିଜ ଠୁ ଆରମ୍ଭ କରି ଟିଭି ଘରକରଣା ସାମଗ୍ରୀ ଏପରିକି ସିସିଟିଭି ମେସିନ ସହ ସବୁ କିଛି ଡାଲା ଅଟୋରେ ଲଦି ନେଉଥିଲେ। ଏପରିକି ଦୋକାନରୁ ଲ୍ୟାପଟପ ଠୁ ଆରମ୍ଭ କରି ମୋବାଇଲ ଫୋନ ଓ ଏପରିକି ଏକ ଲୁଗା ଦୋକାନରୁ ଦାମୀ ବ୍ରାଣ୍ଡର ସାର୍ଟ ନେଇ ମଧ୍ୟ ଗାଡିରେ ଲଦି ଛୁ ମାରୁଥିଲେ। ଯଦି କେବେ ପୋଲିସ ଚେକି ବେଳେ ଧରାପଡ଼ନ୍ତି ତେବେ ପୋଲିସକୁ ମାଲ ଡେଲିଭରୀ କରିବାର ଅଛି ଅର୍ଥାତ ଭଡାରେ ସାମଗ୍ରୀ ଡେଲିଭରୀ ନେଉଥିବା କହି ଖସି ପଳାଉଥିଲେ।

ରାଜଧାନୀରେ ଡାଲା ଅଟୋ ଗ୍ୟାଙ୍ଗର ପର୍ଦ୍ଦାଫାସ

ଏପରି ଢ଼ଙ୍ଗରେ ରାଜଧାନୀର ବିଭିନ୍ନ ଥାନା ଏରିଆରେ ଉତ୍ପାତ ମଚାଇ ଲୁଟପାର ଅଭିଯୋଗ ପହଞ୍ଚିଥିଲା ପୋଲିସ ନିକଟରେ । ଶେଷରେ ଏହି ଗ୍ୟାଙ୍ଗକୁ ଟ୍ରାକ କରିଛି ପୋଲିସ । ନୟାପଲି ଥାନା ଏରିଆରରୁ ଦୁଇଜଣ ଧରାପଡିବା ସହ ସେମାନଙ୍କଠୁ ଚୋରି ସାମଗ୍ରୀ ଓ ଗୋଟିଏ ଡାଲା ଅଟୋ ଜବତ କରିଛି । ସେହିପରି ଖାରବେଳନଗର ଥାନା ମଧ୍ୟ ସେହି ଗ୍ୟାଙ୍ଗର ଆଉ ଦୁଇଜଣ ସଦସ୍ୟଙ୍କୁ ଚୋରି ସାମଗ୍ରୀ ସହ ଡାଲା ଅଟୋ ଜବତ କରିଛି ପୋଲିସ। ତେବେ ଉଭୟ ଗ୍ୟାଙ୍ଗର ଭଞ୍ଜନଗରର ଚିତରଞ୍ଜନ ଦଳାଇ,ଟି ଅଜୟ ରାଓ, ଭୁବନେଶ୍ବରର ସୁକାନ୍ତ ନାୟକ ଓ ପ୍ରିୟାସିସ ସାହାଣିକୁ ଗିରଫ କରିଛି ପୋଲିସ। ଉଭୟ ଗ୍ୟାଙ୍ଗର ଚୋରି କରୁବାର ଫଣ୍ଡା ଜାଣି ପୋଲିସ ତାଜୁବ ହେବା ସହ ଡାଲା ଗ୍ୟାଙ୍ଗର କ୍ରାଇମ ଲିଷ୍ଟ ବାହାର କରିଛି ।

ତେବେ କେବଳ ଭୁବନେଶ୍ବରରେ ନୁହଁ କଟକରେ ମଧ୍ୟ ଏଭଳି ଢ଼ଙ୍ଗରେ ଲୁଟପାଟ କରୁଥିବା ପୋଲିସ ଜାଣିବାକୁ ପାଇଛି । ଏପରିକି ନୟାପଲି ଅଞ୍ଚଳରୁ ଲୁଟ କରିଥିବା ଏକ ନ୍ୟାନୋ କାର ମଧ୍ୟ ସେମାନଙ୍କଠୁ ଜବତ କରାଯାଇଛି। ସେପଟେ ବିଗତ ଜୁନ ମାସର ଲୁଟପାଟ ଓ ଚୋରୀ ହୋଇଥିବାର ମାସିକିଆ ରିପୋର୍ଟ ଦେଇଛି କମିସନରେଟ ପୋଲିସ। ପୋଲିସ ସୂଚନାନୁସାରେ ମାସକ ମଧ୍ୟରେ ୧୩୯ ଜଣ ଅଭିଯୁକ୍ତ ଯେକି ଲୁଟପାଟ ଚୋରି ଆଦି ମାମଲାରେ ଗିରଫ ହୋଇଛନ୍ତି, ୮୩ଟି ଚୋରି ମୋବାଇଲ ଜବତ ହୋଇଛି। ୩୩ଟି ଚୋରି ହୋଇଥିବା ବାଇକ ,ଅଟୋ,କାର ଜବତ ହୋଇଛି । ୧୫୭ ଗ୍ରାମ ସୁନା ଅଳଙ୍କାର ,୧୦ଲକ୍ଷ ୧୧ହଜାର୭୮୦ଟଙ୍କା,୯ଟି ଲ୍ୟାପଟପ,୨ଟି ଏସି ଜବତ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details