ଓଡିଶା

odisha

ETV Bharat / city

ରାଜଧାନୀ ପୋଲିସ ହାତରେ 3 ସ୍ମାର୍ଟ ଲୁଟେରା

ଏୟାରପୋର୍ଟ ଥାନା ଟିମ ହାତରେ 3 ସ୍ମାର୍ଟ ଲୁଟେରା । ଗିରଫ ପରେ ସେମାନଙ୍କ ନିକଟରୁ ଗୋଟିଏ ବାଇକ, 2 ଟି ମୋବାଇଲ ଫୋନ, ଏଟିଏମ ଓ ପାନକାର୍ଡ ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି ପୋଲିସ ।

By

Published : Mar 30, 2019, 11:33 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା. ଭୁବନେଶ୍ୱର

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ଲୁଟେରା । ଲୁଟର ଟ୍ରେଣ୍ଡ ମଧ୍ୟ ବଦଳାଇଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍ । ଏଣିକି ପାଖରେ କ୍ୟାସ କି ଗହଣା ନଥିଲେ ଏଟିଏମ ନେବାକୁ ପଛାଉନାହାଁନ୍ତି । ଏପରିକି ଏଟିଏମ ଛଡାଇବା ସହ ଭୟ ଦେଖାଇ ମାଗୁଛନ୍ତି ପିନକୋଡ । ରାଜଧାନୀରେ ଏମିତି ଷ୍ଟାଇଲର ଲୁଟ କରୁଥିବା 3 ଜଣ ଲୁଟେରା ଏବେ କମିଶନରେଟ ପୋଲିସ ହାତରେ ।

ଏହି ଲୁଟେରାଙ୍କୁ ପଳାସପଲ୍ଲୀ ଅଞ୍ଚଳରୁ ଗିରଫ କରିଛି ଏୟାରପୋର୍ଟ ଥାନା ଟିମ । ଏମାନେ ସମସ୍ତେ ହେଲେ କଟକ ଟାଙ୍ଗୀଭୂଷଣପୁରର ଶ୍ୟାମ ଦାସ, ଓଲଡ ଟାଉନ ଗୋଡି ପୋଖରୀ ସାହିର ଦୀପକ ମହାପାତ୍ର , ଭୀମ ଟାଙ୍ଗିର ସନ୍ତୋଷ ବଳିଆରସିଂ। ଗିରଫ ପରେ ସେମାନଙ୍କ ନିକଟରୁ ଗୋଟିଏ ବାଇକ, 2 ଟି ମୋବାଇଲ ଫୋନ, ଏଟିଏମ ଓ ପାନକାର୍ଡ ଡ୍ରାଇଭିଂ ଲାଇସେନ୍ସ ଜବତ କରିଛି ପୋଲିସ ।

ସୂଚନାନୁଯାୟୀ, ଗତ ୨୮ ତାରିଖ ଦିନ 1ଟାବେଳେ ପଳାସପଲ୍ଲୀ ଦେଇ ଯାଉଥିବା ଆଶିଷ ସୁପକାରଙ୍କୁ ଏହି ଲୁଟେରାମାନେ ବାଟରେ ଅଟକାଇଥିଲେ । ପରେ ତାଙ୍କୁ ଭୟ ଦେଖାଇ ପାଖରେ ଥିବା କ୍ୟାସ, ପର୍ସ, ବାଇକ ଆଦି ନେଇ ଫେରାର ହୋଇଥିଲେ । ମାତ୍ର ଲୁଟେରାମାନେ କିଛି ବାଟ ଯିବା ପରେ ପୁଣି ଫେରି ଆସି ଆଶିଷଙ୍କୁ ଭୟ ଦେଖାଇ ଏଟିଏମ ପିନକୋର୍ଡ ମାଗିଥିଲେ । ଏଥିସହ ଭୁଲ ପିନ୍ ଦେଲେ ବାଟରେ ପୁଣି ହଇରାଣ କରିବେ ବୋଲି ଧମକ ଦେଇଥିଲେ । କିନ୍ତୁ ଆଶିଷ ଭୁଲ ପିନ୍ କହିଥିବାରୁ ଲୁଟେରାମାନେ ପଇସା ଉଠାଇପାରିନଥିଲେ । ଆଉ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଜାରି ରଖିଥିବାବେଳେ ଲୁଟେରାମାନେ ପୁଣି ଏକ ଏଟିଏମ କାଉଣ୍ଟରରୁ ପଇସା ଉଠାଇବାକୁ ଉଦ୍ୟମକରୁଥିବାବେଳେ ପୋଲିସ ହାତରେ ଧରାପଡିଥିଲେ ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details