ଓଡିଶା

odisha

ETV Bharat / city

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ - କୋରୋନା ଟୀକାକରଣ ଖବର

ତୃତୀୟ ପର୍ଯ୍ୟାୟର ଟୀକାକରଣ ନେଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ। ପ୍ରଥମ କାଉଣ୍ଟରରେ 600 ଓ ଦ୍ୱିତୀୟ କାଉଣ୍ଟରରେ 200 ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

capital hospital ready for third phase vaccitation
ତୃତୀୟ ପର୍ଯ୍ୟାୟ ଟିକାକରଣକୁ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ

By

Published : May 3, 2021, 8:49 PM IST

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟର ଟିକାକରଣକୁ ନେଇ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଥମ କାଉଣ୍ଟରରେ 600 ଓ ଦ୍ୱିତୀୟ କାଉଣ୍ଟରରେ 200 ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ।

ତୃତୀୟ ପର୍ଯ୍ୟାୟକୁ ନେଇ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଟିକାକରଣର ଭିଡକୁ କମେଇବାକୁ ପ୍ରସ୍ତୁତ କରାଯାଇଛି । 18 ରୁ 44 ବର୍ଷ ସକାଳ ସମୟରେ ଟୀକାକରଣ କରାଯିବ । ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରିଥିଲେ, ସେଥିରେ କ୍ୟାପିଟାଲ ହସ୍ପିଟାଲ 1 ଓ 2 ଲେଖାଥିବା ସହ ସମୟ ମଧ୍ୟ ଲେଖାରହିଥିବ । 45ରୁ ଊର୍ଦ୍ଧ୍ବ ବ୍ୟକ୍ତିମାନେ ରେଜିଷ୍ଟ୍ରେସନ କରିବେ, ଯେଉଁମାନେ ପ୍ରଥମ ଡୋଜ ନେବେ । ଦ୍ୱିତୀୟ ଡୋଜ ପାଇଁ ଟୀକାକରଣ କେନ୍ଦ୍ରରେ ଅଫଲାଇନରେ ରେଜିଷ୍ଟ୍ରେସନ କରିପାରିବେ । କ୍ୟାପିଟାଲ ହସ୍ପିଟାଲ ଛାଡିଦେଲେ ରାଜଧାନୀର ଅନ୍ୟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଟୀକାକରଣ କରାଯାଉଛି । କ୍ୟାପିଟାଲ ହସ୍ପିଟାଲରେ 800 ଲୋକଙ୍କ ପାଇଁ ଟୀକାକରଣ କରାଯାଉଛି । ପ୍ରଥମ କାଉଣ୍ଟରରେ 600 ଓ ଦ୍ୱିତୀୟ କାଉଣ୍ଟରରେ 200 ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହାସହ ଆବଶ୍ୟକ ପଡିଲେ ଆଉ 200 ଲୋକଙ୍କୁ ଟୀକା ଦିଆଯିବ ବୋଲି ହସ୍ପିଟାଲର ନିର୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

ତୃତୀୟ ପର୍ଯ୍ୟାୟ ଟିକାକରଣକୁ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ

ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟର ଟୀକାକରଣ । ରାଜ୍ୟରେ ଟିକାର ଅଭାବ ରହିଥିବାବେଳେ ରାଜ୍ୟରେ ଅନେକ ଜିଲ୍ଲାରେ ଟୀକାକରଣ ବାଧାପ୍ରାପ୍ତ ହୋଇଛି । ଆଜି ରାଜ୍ୟରେ 1500 ଟୀକାକରଣ କେନ୍ଦ୍ରରୁ 256 ଟି କେନ୍ଦ୍ରରେ ଟୀକାକରଣ କରାଯାଇଛି। ଏପରିକି କେବଳ ଭୁବନେଶ୍ବରରେ କୋଭାକ୍ସିନ ଟୀକାକରଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details