ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲ ପ୍ରତି ବଢୁଛି ରୋଗୀଙ୍କ ବିଶ୍ବାସ; ଗତ ୬ ମାସରେ ୬୧୯୮ ଜଣ ଶିଶୁ ଜନ୍ମ

ରାଜ୍ୟର କ୍ୟାପିଟାଲ ହସ୍ପିଟାଲ ପ୍ରତି ବଢୁଛି ରୋଗୀଙ୍କ ବିଶ୍ବାସ । ଗତ 6 ମାସର ତଥ୍ୟରୁ ଏହା ସ୍ପଷ୍ଟ । କଣ ରହିଛି ତଥ୍ୟ ପଢନ୍ତୁ ...

PHOTO
କ୍ୟାପିଟାଲ ହସ୍ପିଟାଲସ

By

Published : Dec 2, 2019, 7:12 PM IST

ଭୁବନେଶ୍ବର: ଦିନକୁ ଦିନ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରୋଗୀ ସଂଖ୍ୟା ଦୃଷ୍ଟିରେ ରଖି ଅନେକ ସେବା ଯୋଗାଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଗତ ୬ ମାସର ତଥ୍ୟ କହୁଛି କ୍ୟାପିଟାଲ ହସ୍ପିଟାଲର ପଞ୍ଜିକରଣ ସଂଖ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଇଛି।

କ୍ୟାପିଟାଲ ହସ୍ପିଟାଲର ଉନ୍ନତି ସହ ରୋଗୀଙ୍କୁ ଉଚିତ ମାତ୍ରାରେ ସେବା ଯୋଗାଇ ଦେଉଛନ୍ତି କର୍ତ୍ତୃପକ୍ଷ । ଯାହାକୁ ନେଇ ଅନେକ ରୋଗୀଙ୍କ ମନରେ ଆଶା ଆକାଂକ୍ଷା ବିଶ୍ବାସ ରହିଛି କ୍ୟାପିଟାଲ ହସ୍ପିଟାଲ ଉପରେ। ଓପିଡି ଓ ଆଇପିଡିରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧିପାଉଛି । ହସ୍ପିଟାଲରେ ପ୍ରସବ ହେଉଥିବା ମହିଳା ବେଶ ଉପକୃତ ହେଉଛନ୍ତି।

ତଥ୍ୟ ଅନୁସାରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏପ୍ରିଲରେ ୧୦୦୨, ମେ ମାସରେ ୧୦୯୩, ଜୁନ ମାସରେ ୯୪୪, ଜୁଲାଇ ମାସରେ ୯୪୫, ଅଗଷ୍ଟ ମାସରେ ୧୧୦୩, ସେପ୍ଟେମ୍ବର ମାସରେ ୧୧୧୧ ଜଣ ଶିଶୁ କ୍ୟାପିଟାଲ ହସ୍ପିଟାଲରେ ଜନ୍ମ ନେଇଛନ୍ତି। ମୋଟ ୬ ମାସରେ ୬୧୯୮ ଜଣ ଜନ୍ମ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୫ ଜଣଙ୍କ ମୃତ୍ୟୁ ଘଟିଛି।


ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଗତ ୬ ମାସ( ଏପ୍ରିଲ- ସେପ୍ଟେମ୍ବର) ମଧ୍ୟରେ ୪୯୮୧୦୦ ଜଣ ରୋଗୀ ଓପିଡିରେ ଚିକିତ୍ସିତ ହୋଇଥିବା ବେଳେ ଆଇପିଡିରେ ୫୩୫୫୦ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ଦୈନିକ ପ୍ରାୟ ୩ ହଜାରରୁ ଅଧିକ ରୋଗୀ ହସ୍ପିଟାଲକୁ ଆସୁଥିବା ଜଣାପଡିଛି। ପିପିପି ମୋଡରେ ସିଟି ସ୍କାନ, ଡାଇଲିସିସି ଏବଂ ନିଦାନ କରାଯାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଗତ ୬ ମାସ ଭିତରେ ପ୍ରାୟ ୬୧୪୦ ରୋଗୀ ଏହା ମାଧ୍ୟମରେ ଉପକୃତ ହୋଇଛନ୍ତି। ଏହା ସହ ମୋଟ ୫୯୧୪ ଜଣ ଡାଇଲିସିସି ହୋଇଥିବା ବେଳେ ନିଦାନରେ ୧୧୫୭୨ ଜଣ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details