ଓଡିଶା

odisha

ETV Bharat / city

କ୍ୟାବିନେଟ ବୈଠକ ଶେଷ: କୋରୋନା ନେଇ ଆଗୁଆ ବନ୍ଦ ହେବ ବିଧାନସଭା !

ଲୋକସେବା ଭବନରେ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । କୋରୋନା ନେଇ ଆଗୁଆ ବିଧାନସଭା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ।

cabinet meet
କ୍ୟାବିନେଟ ବୈଠକ ଶେଷ: କୋରୋନା ନେଇ ଆଗୁଆ ବନ୍ଦ ହେବ ବିଧାନସଭା !

By

Published : Mar 13, 2020, 11:13 AM IST

Updated : Mar 13, 2020, 11:41 AM IST

ଭୁବନେଶ୍ବର: ଲୋକସେବା ଭବନରେ ଶେଷ ହେଲା କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମସ୍ତ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।

କ୍ୟାବିନେଟ ବୈଠକ ଶେଷ: କୋରୋନା ନେଇ ଆଗୁଆ ବନ୍ଦ ହେବ ବିଧାନସଭା !

ସାରା ବିଶ୍ବର ଚିନ୍ତା ବଢାଇଥିବା ମହାମାରୀ କୋରୋନା ବିଷୟରେ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବିଭିନ୍ନ ବିଭାଗ ଏନେଇ କଣ କଣ ପଦକ୍ଷେପ ନେଇଛନ୍ତି ସେନେଇ ଆଲୋଚନା ହୋଇଥିବାବେଳେ ସରକାରଙ୍କ ଆଗାମୀ ପଦକ୍ଷେପ ବିଷୟରେ ବୈଠକରେ ଆଲୋଚନା ହୋଇଛି । ସୂଚନା ଅନୁସାରେ, ବିଧାନସଭା ଏପ୍ରିଲ 9 ପର୍ଯ୍ୟନ୍ତ ଚାଲିବାକୁ ଯୋଜନା ଥିବାବେଳେ, କୋରୋନା ପାଇଁ ପୂର୍ବରୁ ବିଧାନସଭା ବନ୍ଦ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ଏନେଇ ଗୃହରେ ଘୋଷଣା ହେବ । ଏହାସହ କୋରୋନା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ତଥା ମାସ୍କ , ପେପର ସପ୍‌, ସାନିଟାଇଜେସନ ସାମଗ୍ରୀ, ସରକାର ମହଜୁଦ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ସମସ୍ତ ସ୍କୁଲ କଲେଜ ବନ୍ଦ କରିବା ଉପରେ ଆଲୋଚନା ହୋଇଥିବା ମଧ୍ୟ ଖବର ମିଳିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 13, 2020, 11:41 AM IST

ABOUT THE AUTHOR

...view details