ଭୁବନେଶ୍ବର: ଆସନ୍ତାକାଲି ମାଟ୍ରିକ ମୂଲ୍ୟାୟନ ନେଇ ବସିବ ବୈଠକ। ବୈଠକରେ ମୂଲ୍ୟାୟନ କେବେ ଠାରୁ ଆରମ୍ଭ ହେବ ସେନେଇ ଆଲୋଚନା କରାଯିବ। କାଲି ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ସେହିପରି ଲକ୍ଡାଉନ୍ ସମୟରେ ଯେପରି ପାଠପଢା ବନ୍ଦ ନହୁଏ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ଲୋଗାନ, ‘ବିଲ୍ଡିଂ ବନ୍ଦ ରହିଛି, କିନ୍ତୁ ସ୍କୁଲ ନୁହେଁ’ ବୋଲି ସେ କହିଛନ୍ତି। ଆଜି ଲୋକସେବା ଭବନରେ ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ କିପରି ଚାଲିଛି ସେନେଇ ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ସମୀର ଦାସ ଏହା କହିଛନ୍ତି।