ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ତୃତୀୟ ତଥା ଚଳିତ ବର୍ଷର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିଛନ୍ତି । ନିଜ ଅଭିଭାଷଣରେ ରାଜ୍ୟପାଳ ବିଶେଷ କରି 5T, ‘ମୋ ସରକାର’, କୃଷି, ଆବାସ ଯୋଜନା, ସ୍ବାସ୍ଥ୍ୟ, ଶିକ୍ଷା ଭଳି ଦିଗ ଉପରେ ଗୁରୁତ୍ବ ଦେଇଛନ୍ତି।
ଅଭିଭାଷଣରେ ରାଜ୍ୟପାଳ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି। ରାଜ୍ୟର ଲୋକଙ୍କ ସୁବିଧା ପାଇଁ ‘ମୋ ସରକାର’ ଆରମ୍ଭ କରାଯାଇଛି କହିଛନ୍ତି ରାଜ୍ୟପାଳ । ‘ମୋ ସରକାର’ ପ୍ରଶାସନିକ ବ୍ୟବସ୍ଥାର ନୂତନ ପରିମାପକ, ବିନା ଅସୁବିଧାରେ ସ୍ଵଚ୍ଛ ଉପାୟରେ ଲୋକଙ୍କୁ ଉଦ୍ଦିଷ୍ଟ ସେବା ମିଳୁଛି । 5T ଭଳି ଅମୁଲ୍ୟ ରତ୍ନ ମୋ ପ୍ରଶାସନର ମୂଳ ମନ୍ତ୍ର ପାଲଟିଛି। ପରାମର୍ଶ ଭିତ୍ତିକ ପ୍ରଶାସନର କାମ କରିବା ମୋ ସରକାରର ଲକ୍ଷ୍ୟ କହିଛନ୍ତି ରାଜ୍ୟପାଳ।
ଓଡିଶା ଭାରତର ଆତ୍ମା । ସାଂସ୍କୃତିକ ପରମ୍ପରା ଏବଂ ଇତିହାସ ଦୃଷ୍ଟିରୁ ସ୍ବତନ୍ତ୍ର । ନୂତନ ଓଡିଶା ଗଠନରେ ମୋ ସରକାର ଅଙ୍ଗୀକାରବଦ୍ଧ । ଐତିହ୍ୟ କ୍ଷେତ୍ରର ବିକାଶ ଓ ସଂରକ୍ଷଣ ଆବଶ୍ୟକ । ‘ମୋ ସରକାର’ ଆସନ୍ତା ବର୍ଷ ବିଭିନ୍ନ ଯୋଜନାରେ ଅଧିକ 250 କୋଟି ସେତୁ ଏବଂ 2542କିମି ଗ୍ରାମ୍ୟ ସଡ଼କ ନିର୍ମାଣ କରିବାକୁ ଲକ୍ଷ ରଖିଛି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ । ସେହିପରି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ମୋ ସରକାର ଐତିହାସିକ ପଦକ୍ଷେପ । ସ୍ବତନ୍ତ୍ର କୃଷି ନୀତି ଦ୍ବାରା କୃଷି କ୍ଷେତ୍ରର ବିକାଶ ଉପରେ ଧ୍ୟାନ ଦିଆଯାଉଛି । କୃଷକଙ୍କ ଆୟ ଦ୍ଵିଗୁଣ କରିବାକୁ ଜାତୀୟ ଏଜେଣ୍ଡା ଆଧାର କାର୍ଯ୍ୟକ୍ରମ ନିଆଯାଉଛି । କାଳିଆରେ ସାମିଲ ହେବେ 50 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର 25 ଲକ୍ଷ ଭୂମିହୀନ ଚାଷୀ ପରିବାର ବି ଏକ ବର୍ଷ ମଧ୍ୟରେ ସାମିଲ ହେବେ। ଅନଲାଇନ୍ ଜରିଆରେ ୧୦ ଲକ୍ଷରୁ ଅଧିକ ଚାଷୀଙ୍କୁ ଦିଆଯାଇଛି ଟଙ୍କା । ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ୧୧,୪୬୪ କୋଟି ଟଙ୍କା ଦିଆଯାଇଛି । ଗ୍ରାମାଞ୍ଚଳ ବାସହୀନ ଓ କଚ୍ଚାଘରେ ଥିବା ଲୋକଙ୍କୁ ମିଳିବ ପକ୍କାଘର । ସମସ୍ତ ପରିବାରକୁ ପକ୍କାଘର ଦେବାକୁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ରାଜ୍ୟପାଳ ।
‘ମୋ ସରକାର’ 4ଟି ବୃହତ ପ୍ରକଳ୍ପ 13ଟି ପ୍ରମୁଖ ପର୍ଯ୍ୟଟନସ୍ଥଳି ମୌଳିକ ଭିତ୍ତିଭୂମି ବିକାଶ ପାଇଁ ଲକ୍ଷ ରଖାଯାଇଛି । ପ୍ରତି ଜିଲ୍ଲାରେ କୃଷକଙ୍କ ପାଇଁ ‘ମୋ ସରକାର’ ଡେସ୍କ କରାଯାଇଛି । 72 ବ୍ଲକକୁ ସମ୍ପ୍ରସାରିତ ହୋଇଛି ମିଲେଟ ମିଶନ11 ଜିଲ୍ଲାର ଜନଜାତି ଅଞ୍ଚଳରେ 23236 ହେକ୍ଟର ଜମିରେ ଏହି କାର୍ଯ୍ୟକ୍ରମ ଚାଲିଛି । ଯନ୍ତ୍ରପାତି ଓ ବ୍ୟବହାରର ତାଲିମ ମଧ୍ୟ ଦିଆଯାଉଛି । ସୌର ଜଳନିଧି ଯୋଜନାରେ ମିଳୁଥିବା ଯନ୍ତ୍ରପାତି କୃଷି ପାଇଁ କାର୍ଯ୍ୟକାରୀ ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା 2020-21 ବର୍ଷରେ 1.84 ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ । ଏକ ବର୍ଷ ଭିତରେ 200 କ୍ଷୁଦ୍ର ଜଳସେଚନ ଭଣ୍ଡାରର ଉନ୍ନତିକରଣ ହେବ।