ଓଡିଶା

odisha

ETV Bharat / city

BSFକୁ ମିଳିଲା ନୂଆ IG, ଦାୟିତ୍ବ ନେଲେ ଧନେଶ୍ବର କୁମାର ଶର୍ମା

ବିଏସଏଫକୁ ମିଳିଲା ନୂଆ ଆଇଜି । ଦାୟିତ୍ବ ନେଲେ ବିଏସଏଫର ନୂଆ ଆଇଜି ଧନେଶ୍ବର କୁମାର ଶର୍ମା । ଅଧିକ ପଢନ୍ତୁ

BSFକୁ ମିଳିଲା ନୂଆ IG
BSFକୁ ମିଳିଲା ନୂଆ IG

By

Published : Oct 15, 2022, 7:51 AM IST

ଭୁବନେଶ୍ବର:ଏଥର ନକ୍ସଲ ବିରୋଧରେ BSFର ନୂଆ ଚ୍ୟାଲେଞ୍ଜ । ବିଏସଏଫକୁ ମିଳିଲା ନୂଆ ଆଇଜି (Inspector General) । ବିଏସଏଫର ନୂଆ ଆଇଜି ହେଲେ ଧନେଶ୍ବର କୁମାର ଶର୍ମା (Dhaneshwar Kumar Sharma new IG of BSF)। ପୂର୍ବତନ ଆଇଜି ସତିଶ ଚନ୍ଦ୍ର ବୁଢାକୋଟିଙ୍କଠୁ ଦାୟିତ୍ବ ନେଇଛନ୍ତି ନୂଆ ଆଇଜି । ନୂଆ ଆଇଜିଙ୍କୁ ଦାୟିତ୍ବ ଗ୍ରହଣ ପରେ ଏହା ଓଡିଶାରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।

BSFକୁ ମିଳିଲା ନୂଆ IG

କାହିଁକିନା 1986 ବ୍ୟାଚର ଧନେଶ୍ବର କୁମାର ଶର୍ମା ପୂର୍ବରୁ କାଶ୍ମୀରରେ ଭାରତୀୟ ସେନା ପାଇଁ କାମ କରିଛନ୍ତି ଓ ଅନେକ ସ୍ଥାନରେ କାମ କରିଥିବାରୁ ତାଙ୍କର ବହୁ ଅଭିଜ୍ଞତା ରହିଛି । ପ୍ରଶଂସନୀୟ ସେବା ପାଇଁ ପୋଲିସ ମେଡାଲରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଦାୟିତ୍ବ ନେବା ପରେ ଧନେଶ୍ବର କୁମାର ଶର୍ମା କହିଛନ୍ତି ଯେ, '' ଲାଲବାହିନୀ ବିରୋଧରେ ଲଢେଇ ଓଡିଶା ସରକାରଙ୍କ ସହ ଉତ୍ତମ ସମନ୍ବୟରେ କରାଯିବ । କୋରାପୁଟ ଓ ମାଲକାନଗିରିରେ ବିଚ୍ଛିନ୍ନାଞ୍ଚଳରେ ପୂର୍ବ ଅପେକ୍ଷା ବିକାଶ ଓ ଶାନ୍ତି ବଜାୟ ରଖିବା ଏକ ଗୁରୁ ଦାୟିତ୍ବ ବୋଲି କହିଛନ୍ତି ନୂଆ ଆଇଜି ।''

ଏହା ମଧ୍ୟ ପଢନ୍ତୁ-Mallikarjun Kharge In Bhubaneswar: ଉଦୟପୁର ପ୍ରସ୍ତାବ କାର୍ଯ୍ୟାକାରୀ କରିବା ମୋର ଏଜେଣ୍ଡା: ଖଡଗେ

ତେବେ ପୂର୍ବରୁ ଆଇଜି ସତିଶ ବୁଢାକୋଟିଙ୍କ ସମୟରେ 2022 ପଞ୍ଚାୟତ ନିର୍ବାଚନ ସୁରୁଖୁରରେ ହୋଇଥିଲା ଏହା ସହ ବିଚ୍ଛିନ୍ନାଞ୍ଚଳରେ ବହୁ ଉନ୍ନୟନ ମୂଳକ କାମ କରିଛନ୍ତି । ଓଡିଶା ଛତିଶଗଡ ବର୍ଡର ତୁଳସି ମୁଣ୍ଡା ଜଙ୍ଗଲରେ ମାଓ ଅପରେସନ କରି ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ ।

ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details