ଓଡିଶା

odisha

ETV Bharat / city

ଦଲାଲଙ୍କ ହାତରେ ଆରଟିଓ, ଲାଇସେନ୍ସ ପାଇଁ ଲୁଟୁଛନ୍ତି ମୋଟାଟଙ୍କା

ଦଲାଲଙ୍କ ହାତରେ ଆରଟିଓ, ଲାଇସେନ୍ସ ପାଇଁ ନେଉଛନ୍ତି ମୋଟା ଅଙ୍କର ଟଙ୍କା । ପରିବହନ ସଚିବଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ଆରଟିଓ । ଯାହାର ଫାଇଦା ନେଉଛନ୍ତି ଦଲାଲ।

ଡିଜାଇନ ଫଟୋ

By

Published : Sep 13, 2019, 5:52 PM IST

ଭୁବନେଶ୍ବର: ଦଲାଲଙ୍କ ହାତରେ ଆରଟିଓ, ଲାଇସେନ୍ସ ପାଇଁ ନେଉଛନ୍ତି ମୋଟା ଅଙ୍କର ଟଙ୍କା। ପରିବହନ ସଚିବଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ଆରଟିଓ । ଯାହାର ଫାଇଦା ନେଉଛନ୍ତି ଦଲାଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୋଟରଯାନ ଆଇନ-2019 ଲାଗୁ ହେଲା ପରେ ପୋଲିସ ଓ ଆରଟିଓ ପକ୍ଷରୁ କଡାକଡି ଯାଞ୍ଚ କରାଯାଇଥିଲା। ତେବେ ପରେ 3 ମାସ ଭିତରେ କାଗଜପତ୍ର ଠିକ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ କାଗଜପତ୍ର ପାଇଁ ଆରଟିଓ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।

ସେପଟେ ଏହି ଲାଇନର ଫାଇଦା ଉଠାଉଛନ୍ତି ଦଲାଲ । କିଏ ନିଜ ଲାଇସେନ୍ସ କରାଇବାକୁ ଅସୁଥିବାବେଳେ କିଏ ଗାଡି କାଗଜପତ୍ର ପାଇଁ ଆସୁଛନ୍ତି । ତେବେ ଏତେ ଲମ୍ବାଲାଇନ ଥିବାରୁ କେବେ କାଗଜପତ୍ର ମିଳିବ ସେନେଇ ଆଶଙ୍କାରେ ପଡୁଛନ୍ତି । ଯାହାର ଫାଇଦା ନେଇ ଦଲାଲ ମାନେ ମାତ୍ର 3 ଦିନରେ ସବୁ କରିଦେବେ କହି ଲୋକଙ୍କଠୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି । ଲୋକମାନେ ବି କମ ସମୟରେ ପାଇବାକୁ ଖୁସିରେ ଖୁସିରେ ଟଙ୍କା ଦେଇଦେଉଛନ୍ତି । ଏପରି ଦେଖିବାକୁ ମିଳିଛି ଖୋଦ୍‌ ରାଜଧାନୀର ଆରଟିଓରେ ।

ଏହି ଦଲାଲ ମାନେ ଲୋକଙ୍କଠୁ ପ୍ରଥମେ ଟଙ୍କା ଓ ଲାଇସେନ୍ସ କରିବା ପାଇଁ ଗାଡିର କାଗଜପତ୍ର ମାଗିନେଉଛନ୍ତି । ତିନିଦିନ ପରେ ଆସିବା ପାଇଁ କହିବା ସହ ଟେଷ୍ଟଡ୍ରାଇଭ କରିବା ପାଇଁ ଆସିବାକୁ କୁହାଯାଉଛି। ଏମିତି କି ଅନେକ ଲୋକ ଦଲାଲଙ୍କୁ ହାତ କରି ନିଜର ଲାଇସେନ୍ସ କରାଉଥିବା ଦେଖିବାକୁ ମିଳୁଛି।

ଗୋଟେ ଦୁଇ ଚକିଆ ଲାଇସେନ୍ସ କରାଇବାକୁ ଦେବାକୁ ପଡୁଛି ଦୁଇ ହଜାରରୁ 5 ହଜାର ଟଙ୍କା। ସେପଟେ ଘଟଣାକୁ ନେଇ ଆରଟିଓ କର୍ତୃପକ୍ଷ କହିଛନ୍ତି,‘ଦଲାଲଙ୍କ ଉପରେ ଆମର ନଜର ରହିଛି। ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କି ସମସ୍ତେ ଅନଲାଇନରେ ଫର୍ମ ଭରନ୍ତୁ ଓ ଲାଇସେନ୍ସ ପାଇଁ ଆବେଦନ କରନ୍ତୁ। ଆରଟିଓ ଭିତରେ ଥିବା କୌଣସି ବ୍ୟକ୍ତି ବିଶେଷଙ୍କୁ କୌଣସି କାମ ପାଇଁ ଟଙ୍କା ଦିଅନ୍ତୁ ନାହିଁ। ଧୈର୍ଯ୍ୟର ସହ ଧାଡି ରେ ରହି କାର୍ଯ୍ୟ ସାରନ୍ତୁ ।’

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details