ଓଡିଶା

odisha

ETV Bharat / city

ଭିଜିଲାନ୍ସ ହାତରେ ଲାଞ୍ଚୁଆ ସହ-ନିର୍ବାହୀଯନ୍ତ୍ରୀ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସହ ନିର୍ବାହୀ ଯନ୍ତ୍ରୀ । 2 ଲକ୍ଷ ଟଙ୍କାର ବିଲ ପାସ କରାଇ ଦେବାକୁ 35 ହଜାର ଟଙ୍କା ଲାଞ୍ଚ ନେଉଥିଲେ ଯନ୍ତ୍ରୀ ମହାଶୟ । ବାସଭବନରୁ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି ।

By

Published : Mar 29, 2019, 10:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ପିସି ନେଇ ଫସିଗଲେ ଢେଙ୍କାନାଳ ଲିପ୍ଟ ଇରିଗେସନସହ ନିର୍ବାହୀ ଯନ୍ତ୍ରୀ । 2 ଲକ୍ଷ ଟଙ୍କାର ବିଲ ପାସ କରାଇ ଦେବାକୁ 35 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ମାତ୍ର ଲାଞ୍ଚ ନେବା ସହ- ନିର୍ବାହୀଯନ୍ତ୍ରୀ ସତ୍ୟାନନ୍ଦ ଦାସଙ୍କ ପାଇଁ କାଳ ହୋଇଛି । ଝାରପଡାସ୍ଥିତ ବାଲାଜୀ କମ୍ପ୍ଲେକ୍ସରୁ ସତ୍ୟାନନ୍ଦଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି ।

ସୂଚନାଯୋଗ୍ୟ, ଗୋଲକ ବିହାରୀ ଆଇଚିଙ୍କ ଠାରୁ ୨ ଲକ୍ଷ ବିଲ ପାସ କରାଇବାକୁ ୩୫ ହଜାର ଲାଞ୍ଚ ନେଉଥିଲେ । ସେ ନିଜ ବାସ ଭବନରୁ ଲାଞ୍ଚ ନେଉଥିଲେ। ସତ୍ୟାନନ୍ଦକୁ ଗିରଫ କରିବା ପରେ 35 ହଜାର ରଙ୍ଗବୋଳା ଟଙ୍କା ଜବତ କରିଛି ଟିମ । ଏଥିସହ ପିସି ଆକ୍ଟ 7ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।


ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details