ଓଡିଶା

odisha

ETV Bharat / city

ଅନଲାଇନ ପରୀକ୍ଷା ନିଷ୍ପତ୍ତି ମାନିଲେ ବୈଷୟିକ ମନ୍ତ୍ରୀ, ଧନ୍ୟବାଦ ଦେଲେ ବିପିୟୁଟି ଛାତ୍ରଛାତ୍ରୀ - BPUT students thanked the technical minister

ଆଜି(ବୁଧବାର)ବିପିୟୁଟିର ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପରୀକ୍ଷା ନିଷ୍ପତି ସପକ୍ଷରେ ଥିବା ବୈଷୟିକ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବିପିୟୁଟି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଅଫଲାଇନ ପରୀକ୍ଷା ନିଷ୍ପତ୍ତି ମାନିଲେ ବୈଷୟିକ ମନ୍ତ୍ରୀ
ଅଫଲାଇନ ପରୀକ୍ଷା ନିଷ୍ପତ୍ତି ମାନିଲେ ବୈଷୟିକ ମନ୍ତ୍ରୀ

By

Published : Apr 14, 2021, 2:17 PM IST

ଭୁବନେଶ୍ବର: ଅନଲାଇନ ପରୀକ୍ଷା ନିଷ୍ପତି ପାଇଁ ବୈଷୟିକ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲେ ବିପିୟୁଟି ଛାତ୍ରଛାତ୍ରୀ । ଆଜି(ବୁଧବାର)ବିପିୟୁଟିର ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପରୀକ୍ଷା ନିଷ୍ପତି ସପକ୍ଷରେ ଥିବା ବୈଷୟିକ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବିପିୟୁଟି ଛାତ୍ରଛାତ୍ରୀ ।

ଅଫଲାଇନ ପରୀକ୍ଷା ନିଷ୍ପତ୍ତି ମାନିଲେ ବୈଷୟିକ ମନ୍ତ୍ରୀ

ଛାତ୍ରଛାତ୍ରୀମାନେ ବିପିୟୁଟିର ଅଫଲାଇନ ପରୀକ୍ଷା ନିଷ୍ପତ୍ତି ବିରୁଦ୍ଧରେ ମାଷ୍ଟର କ୍ୟାଣ୍ଟିନ ଏବଂ ଅନେକ ଘରୋଇ କଲେଜ ସମ୍ମୁଖରେ ବିରୋଧ କରିଥିଲେ । ଯାହାକୁ ନେଇ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ସେମାନଙ୍କ ସହ ଆଲୋଚନା କରିଥିଲେ ।

ଆସନ୍ତାକାଲି(ଗୁରୁବାର) ବିପିୟୁଟି ଅନଲାଇନ ପରୀକ୍ଷା ଥିବାବେଳେ ତାଙ୍କର ଏହି ନିଷ୍ପତି ସପକ୍ଷରେ ଛାତ୍ରଛାତ୍ରୀମାନେ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ ତାଙ୍କ ବାସଭବନରେ ଭେଟି ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details