ଓଡିଶା

odisha

ETV Bharat / city

ବର୍ତ୍ତମାନ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ: ବିଜୟ ପାଣିଗ୍ରାହୀ

ଆରଏମଆରସି ଅନୁଧ୍ୟାନ ଅନୁସାରେ ଉଭୟ ଡୋଜ ଟିକା ନେବା ପରେ ଆଣ୍ଟିବଡି ଥିବା ଜଣାପଡିଛି । ଦ୍ବିତୀୟ ଡୋଜ ଟିକା ନେବା ପରେ ଲୋକଙ୍କୁ ମହାମାରୀରୁ ସୁରକ୍ଷା ମିଳୁଛି । ରାଜ୍ୟରେ ଟୀକାକରଣ ଓ ସଂକ୍ରମଣ ନେଇ ସୂଚନା ଏହି ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

By

Published : Oct 18, 2021, 2:24 PM IST

ଭୁବନେଶ୍ବର: ରାଜ୍ୟରେ ୦.୧୮ ପ୍ରତିଶତ ବ୍ରେକ ଥ୍ରୁ ସଂକ୍ରମଣ ହେଉଛି । ଆରଏମଆରସି ଅନୁଧ୍ୟାନ ଅନୁସାରେ ଉଭୟ ଡୋଜ ଟିକା ନେବା ପରେ ଭଲ ଆଣ୍ଟିବଡି ଥିବା ଜଣାପଡିଛି । ଦ୍ବିତୀୟ ଡୋଜ ଟିକା ନେବା ପରେ ଲୋକଙ୍କୁ ମହାମାରୀରୁ ସୁରକ୍ଷା ମିଳୁଛି । ବର୍ତ୍ତମାନ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ । ରାଜ୍ୟରେ ଟୀକାକରଣ ଓ ସଂକ୍ରମଣ ନେଇ ସୂଚନା ଏହି ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ

ଦ୍ବିତୀୟ ଡୋଜ ଟିକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି । 14 ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟିକା । ଯେଉଁମାନେ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ଶରୀରରେ ଭଲ ଭାବରେ ଆଣ୍ଟିବଡ଼ି ବିକଶିତ ହୋଇଛି । ବୁଷ୍ଟର ଡୋଜ ଦେବା ଲାଗି ରାଜ୍ୟକୁ କୌଣସି ନିର୍ଦ୍ଦେଶ ଆସିନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ରାଜ୍ୟର ଲୋକ କିଭଳି ଭାବରେ ପ୍ରଥମ ଡୋଜ ଟିକା ନେବେ ଏବଂ ଅଧାରୁ ଅଧିକ ଲୋକ କିଭଳି ଭାବରେ ଉଭୟ ଡୋଜ ନେବେ ତାହାକୁ ପ୍ରଥମ ଲକ୍ଷ୍ୟ ରଖାଯାଇଛି ।

ଭଭୟ ଡୋଜର ସଫଳ ଟୀକାକରଣ ପରେ ପରବର୍ତ୍ତୀ ସମୟରେ ବୁଷ୍ଟର ଡୋଜର ଆବଶ୍ୟକତା ପଡିପାରେ ସେନେଇ କେନ୍ଦ୍ର ଧ୍ୟାନ ଦେଇପରନ୍ତି । ଯେଉଁମାନେ ଟିକା ନେଉଛନ୍ତି ସେମାନଙ୍କର ଗୁରୁତର ହେବା ସଂଖ୍ୟା କମୁଛି । ତେଣୁ ଟିକା ସମସ୍ତେ ନେବା ଆବଶ୍ୟକ । ଟିକା ବହୁତ ଭାବରେ ସମସ୍ତଙ୍କୁ ସୁରକ୍ଷା ଦେଉଛି । ସାଧାରଣ ଭାବରରେ ଦ୍ବିତୀୟ ଡୋଜର 14 ଦିନ ପରେ ସଂକ୍ରମଣ ବହୁତ କମୁଛି । ତେଣୁ ରାଜ୍ୟବାସୀ ସମସ୍ତଙ୍କୁ ଉଭୟ ଡୋଜ ନେବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details