ଓଡିଶା

odisha

ଦୁଇ ଗୋଷ୍ଠୀ ବିବାଦରୁ ରାଜଧାନୀରେ ଫୁଟିଲା ବୋମା, ଦୁଇ ଗୁରୁତର

By

Published : Aug 22, 2022, 9:49 AM IST

Updated : Aug 22, 2022, 10:30 AM IST

ଏୟାରଫିଲ୍ଡ ଥାନା ଅଞ୍ଚଳର ପଞ୍ଚୁପଲ୍ଲୀ ଗ୍ରାମରେ ଦଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ରାଜଧାନୀରେ ବୋମାମାଡ,ଜଣେ ଗୁରୁତର
ରାଜଧାନୀରେ ବୋମାମାଡ,ଜଣେ ଗୁରୁତର

ଭୁବନେଶ୍ବର:ଅଶାନ୍ତ ହେଉଛି ରାଜଧାନୀ । ଏୟାରଫିଲ୍ଡ ଥାନା ଅଞ୍ଚଳର ପଞ୍ଚୁପଲ୍ଲୀ ଗ୍ରାମରେ ବୋମାମାଡ ହୋଇଥିବା ସୂଚନା । ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଆହତ ହେଉଛନ୍ତି 25 ବର୍ଷିୟ ଯୁବକ ରାଜେଶ ସାହୁ ଓ ଜଗବନ୍ଧୁ ସାହୁ । ବୋମା ମାଡ ଯୋଗୁଁ ରାଜେଶ ସାହୁଙ୍କ ଶରୀରର ଅଧାରୁ ଅଧିକ ଅଂଶ ପୋଡିଯାଇଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ବୋମାମାଡ, ଟାର୍ଗେଟରେ ମଲ MD

ଗତକାଲି (ରବିବାର) ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ବୋମା ମାଡ ହୋଇଥିଲା । ଅଭିଯୁକ୍ତ ମାନେ ୩ଟା ବୋମା ପିଙ୍ଗି ଥିବା ବେଳେ ପୋଲିସ ହତ୍ୟା ଉଦ୍ୟମ (ଦଫା 307)ରେ ମାମଲା ରୁଜୁ କରିଛି । ଏହି ଘଟଣାରେ ଅକ୍ଷୟ ସାହୁକୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ଆଉ ତିନି ଜଣ ସାମିଲ ଥିବା ପୋଲିସ ସନ୍ଦେହ କରୁଛି । ଅକ୍ଷୟ ଓ ରାଜେଶଙ୍କ ମଧ୍ୟରେ ରବିବାର ବଚସା ପରେ ବୋମା ମାଡ କରିଥିଲା ଅକ୍ଷୟ । ଏହି ଘଟଣାରେ ପୋଲିସ ଏବେ ତଦନ୍ତ ଜାରି ରଖିଛି ।

Last Updated : Aug 22, 2022, 10:30 AM IST

ABOUT THE AUTHOR

...view details