ଓଡିଶା

odisha

ETV Bharat / city

ଏସଓପି ନ ମାନିବାରୁ ହୋଟେଲରେ BMCର କାର୍ଯ୍ୟାନୁଷ୍ଠାନ - SOP

ଏସଓପିକୁ ନମାନିବାରୁ ରାଜଧାନୀର ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସରେ ଚଢ଼ାଉ। ବିଏମସି ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢନ୍ତୁ..

bmcs-action-for-non-compliance-with-sop
bmcs-action-for-non-compliance-with-sop

By

Published : Mar 18, 2020, 5:16 PM IST

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ଏସଓପିକୁ ନମାନିବାରୁ ରାଜଧାନୀର ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସରେ ଚଢ଼ାଉ। ବିଏମସି ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏସଓପି ନମାନିବାରୁ BMCର କାର୍ଯ୍ୟାନୁଷ୍ଠାନ

ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଉତ୍ତର ଜୋନର ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ଓ ପୋଲିସ ଏହି ଟିମରେ ରହିଥିଲେ। ଭୁବନେଶ୍ବରକୁ ବାହାରରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସମସ୍ତ ବିବରଣୀ ଦେବା ବାଧ୍ୟତାମୂଳକ ରହିଛି।

ସେହି ଆଧାରରେ ଭୁବନେଶ୍ବର ଉତ୍ତର ଜୋନ ଅଞ୍ଚଳରେ ବିଭିନ୍ନ ତାରକା ହୋଟେଲ ଓ ଗେଷ୍ଟ ହାଉସରେ ଚଢ଼ାଉ କରାଯାଇଥିଲା । ରାଜ୍ୟ ସରକାର ଜାରି କରିଥିବା ଏସଓପି ମାନୁନଥିବା ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details