ଓଡିଶା

odisha

ରାଜମହଲ ଛକରେ ମେଡିସିନ ଦୋକାନଗୁଡିକୁ ସିଲ କଲା ବିଏମସି

By

Published : Jul 18, 2020, 10:02 AM IST

ରାଜଧାନୀରେ ସଂକ୍ରମଣ ମାମଲା ତ୍ରୀବ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନିୟମ ଉଲ୍ଲଙ୍ଘନ କରିବାରୁ ମେଡିସିନ ଷ୍ଟୋରକୁ ସିଲ କଲା ବିଏମସି । ଅଧିକ ପଢନ୍ତୁ...

ମେଡିସିନ ଦୋକାନଗୁଡିକୁ ସିଲ କଲା ବିଏମସି
ମେଡିସିନ ଦୋକାନଗୁଡିକୁ ସିଲ କଲା ବିଏମସି

ଭୁବନେଶ୍ବର: ବିଏମସି ପକ୍ଷରୁ ମେଡିସିନ ଦୋକାନ ସିଲ । ଭୁବନେଶ୍ବର ବ୍ୟବସାୟିକ ପେଣ୍ଠସ୍ଥଳ ରାଜମହଲ ଛକ ସ୍ଥିତ ମେଡିସନ ଦୋକାନ ବନ୍ଦ କରିଛି ବିଏମସି । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରାଜମହଲ ଛକରେ ମେଡିସିନ ଦୋକାନଗୁଡିକୁ ସିଲ କଲା ବିଏମସି

ଦୋକାନ ଗୁଡିକ ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ବିଏମସି ଟିମ ଏହାକୁ ସିଲ କରିଛି। ସେପଟେ ରାଜଧାନୀରେ କୋରୋନା ସଂକ୍ରମଣ ତ୍ରୀବ ଗତିରେ ବଢିବାରେ ଲାଗିଛି । ଫଳରେ ବିଏମସି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୋକାନକୁ ସିଲ କରିଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details