ଭୁବନେଶ୍ବର: ସ୍ମାର୍ଟସିଟିରେ କରୋନା ସଂକ୍ରମଣ ରୋକିବାକୁ ବିଏମସିରେ ବୈଠକ । ଅଟୋ ମହାସଂଘ, ବସ ମାଲିକ ସଂଘ, ବିଭିନ୍ନ ହାଟ, ମାର୍କେଟ ବଜାର ସଂଘ, ଧାର୍ମିକ ଅନୁଷ୍ଠାନର ପ୍ରତିନିଧି ମାନଙ୍କୁ ନେଇ ବିଏମସିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଏମସି କମିଶନର, ଭୁବନେଶ୍ବରର ୩ ଜଣ ବିଧାୟକ, ପୋଲିସ ଡିସିପି, ଆଞ୍ଚଳିକ ପରିବହନ ଅଧିକାରୀ ସାମିଲ । ସବୁ ବର୍ଗର ଅନୁଷ୍ଠାନ ପାଇଁ ଏସଓପି ଜାରି କରାଯାଇଛି । ସ୍ବଚ୍ଛତା ଅବଲମ୍ବନ କରିବା ଦ୍ବାରା କୋରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ବୈଠକରେ ମତ । ୧ ମିଟର ସାମାଜିକ ଦୂରତା ହେଉଛି ବଡ ପ୍ରତିଷେଧକ । ନିଜେ ସଚେତନ ରହିବା, ବିଶେଷକରି ମାର୍କେଟ ଅଞ୍ଚଳ, ଧାର୍ମିକ ଅନୁଷ୍ଠାନ ଗୁଡିକରେ ସମାଗମ ଯେତେ କମ ହେବ ସେତେ ଭଲ । ହାତ ଧୋଇବା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ କରାଯାଉଥିବାବେଳେ, ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଆଶାକରୁଥିବା ବିଏମସି ପକ୍ଷରୁ କୁହାଯାଇଛି ।
କୋରୋନା ସଂକ୍ରମଣ ପ୍ରତିହତ ପାଇଁ ବିଏମସିର ବଡ ପଦକ୍ଷେପ
ସ୍ବଚ୍ଛତା ଅବଲମ୍ବନ କରିବା ଦ୍ବାରା କୋରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ସୋମବାର ବିଏମସି ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ କୁହାଯାଇଛି । ଅଦିକ ପଢନ୍ତୁ...
ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଏସଓପି ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଟିଏମ ଗୁଡିକ ସାନିଟାଇଜ କରିବା ପାଇଁ ବ୍ୟାଙ୍କ କର୍ମଚାରୀ ମାନଙ୍କ ସହିତ ଖୁବଶୀଘ୍ର ଆଲୋଚନା କରାଯିବ । ଭୁବନେଶ୍ବରରେ ଚାଲୁଥିବା ଅଟୋ, ବସକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଟୋ, ବସରେ ସୀମିତ ଯାତ୍ରୀ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୨ଟା ପରେ ପାର୍କ ଗୁଡିକ ବନ୍ଦ କରାଯିବ । ମୁକ୍ତାକାଶ ଜିମ ବନ୍ଦ କରିଦିଆଯାଇଛି । ଖାଲି ସାନିଟାଇଜର ହେଲେ ହେବ, ସେମିତି ନାହିଁ ଭଲ ସାବୁନରେ ମଧ୍ୟ ହାତ ଧୋଇପାରିବେ । ବର୍ତ୍ତମାନ ପରିସ୍ଥିତି ପାଇଁ କେବଳ ସରକାର ବା ବ୍ୟକ୍ତି ଏକାକୀ ସମର୍ଥ ନୁହନ୍ତି, ବରଂ ସମସ୍ତେ ମିଳିମିଶି ଏଭଳି ମାରାତ୍ମକ ସଂକ୍ରମଣ ରୋକିବାରେ ନିଜ ନିଜ ସ୍ତରରେ ଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ