ଓଡିଶା

odisha

ETV Bharat / city

ନହରକଣ୍ଟାରେ ଜଳବନ୍ଦୀ ସମସ୍ୟା, ସ୍ଥିତି ପରଖିଲେ BMC ମେୟର - ନହରକଣ୍ଟାରେ ଜଳବନ୍ଦୀ ସମସ୍ୟା

ନହରକଣ୍ଟା ଅଞ୍ଚଳ ପରିଦର୍ଶନ କଲେ ଭୁବନେଶ୍ବର ମେୟର । ଦୀର୍ଘ ୧୨ ବର୍ଷ ହେବ ଏ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଲାଗି ରହିଛି । ଡ୍ରେନେଜ୍ ସୁବିଧା ନ ଥିବାରୁ ଅସରାଏ ବର୍ଷା ହେଲେ ଅଣ୍ଟାଏ ଅଣ୍ଟାଏ ପାଣି ଜମୁଛି । ଅଧିକ ପଢନ୍ତୁ

ବର୍ଷାରେ ଭାସୁଛି ନହରକଣ୍ଟା, ସ୍ଥିତି ପରଖିଲେ BMC ମେୟର
ବର୍ଷାରେ ଭାସୁଛି ନହରକଣ୍ଟା, ସ୍ଥିତି ପରଖିଲେ BMC ମେୟର

By

Published : Aug 14, 2022, 8:48 AM IST

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ବର । ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ ଜଳବନ୍ଦୀରେ ରହିଛ ଏକାଧିକ ଅଞ୍ଚଳ । ଏନେଇ ନହରକଣ୍ଟା ଅଞ୍ଚଳ ପରିଦର୍ଶନ କରିଛନ୍ତି ଭୁବନେଶ୍ବର ମେୟର । ଦୀର୍ଘ ୧୨ ବର୍ଷ ହେବ ଏ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଲାଗି ରହିଛି । ଡ୍ରେନେଜ୍ ସୁବିଧା ନ ଥିବାରୁ ଅସରାଏ ବର୍ଷା ହେଲେ ଅଣ୍ଟାଏ ଅଣ୍ଟାଏ ପାଣି ଜମୁଛି ।

ବର୍ଷାରେ ଭାସୁଛି ନହରକଣ୍ଟା, ସ୍ଥିତି ପରଖିଲେ BMC ମେୟର

ଏହି ଅଞ୍ଚଳରେ ଅନେକ ବିଲଡର ଘର କରିଥିବାରୁ ପ୍ରାକୃତିକ ନାଳ ବନ୍ଦ ହୋଇଗଲାଣି । ଫଳରେ ଜଳ ନିଷ୍କାସନ ହୋଇପାରୁନି । ତେଣୁ ସ୍ଥାନୀୟ ଲୋକେ ଅଭିଯୋଗ ଯେ ଭୁବନେଶ୍ବର ଓ୍ବାର୍ଡ ନମ୍ବର ୪ ରେ ଥିବା ଏହି ଗାଁ ଜଳମଗ୍ନ ହୋଇ ରହୁଛି । ଏହି ସମସ୍ୟାକୁ ନିଜେ ଦେଖିବା ପାଇଁ ଭୁବନେଶ୍ବର ମେୟର ସୁଲୋଚନା ଦାସ ଜଳବନ୍ଦୀରେ ଥିବା ସ୍ଥାନକୁ ପରିଦର୍ଶନ କରିଛନ୍ତି । ଲୋକଙ୍କ ସହ କଥା ହୋଇ କଣ ସମସ୍ୟା ରହିଛି ସବିଶେଷ ଆଲୋଚନା କରିଛନ୍ତି । ସମସ୍ତଙ୍କ ଅଭଯୋଗ ଶୁଣିବା ସହ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଶୁକ୍ରବାର ଠାରୁ ଏହି ଅଞ୍ଚଳ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ‘‘ଆଗକୁ ଅଞ୍ଚଳରେ ଥିବା ୨ଟି ସାଇଫନର ମୁଁହକୁ ସଫା କରାଯିବ’’ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ସାଇଫନ ସଫା ଦ୍ଵାରା କିଛି ମାତ୍ରାରେ ପାଣି ନିଷ୍କାସନ ହୋଇଛି । କିନ୍ତୁ ଅଞ୍ଚଳବାସୀ ଏହାର ସ୍ଥାୟୀ ସମାଧାନ ଦାବି କରୁଛନ୍ତି । ନହରକଣ୍ଟା ଗାଁ ବିଏମସିରେ ମିଶିବା ପରଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଡ୍ରେନେଜ ବ୍ୟବସ୍ଥା କରାଯାଇ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ବର୍ଷାର ମୁକାବିଲା ପାଇଁ ଭୁବନେଶ୍ବର ବିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କ ସହଯୋଗରେ ସହରରେ ଯେଉଁଠି ଜଳବନ୍ଦୀ ସମସ୍ୟା ରହିବ ତାର ସମାଧାନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details