ଓଡିଶା

odisha

ETV Bharat / city

'ଫନି'ରେ ବିଏମସି ସହିଲା ୨୩୦ କୋଟିର କ୍ଷତି - bhubaneswar

ବାତ୍ୟା 'ଫନି' ସବୁ କିଛି ଛାରଖାର କରିଦେଇଛି । ଏଥିରେ ରାଜଧାନୀର ନାହିଁନଥିବା କ୍ଷୟକ୍ଷତି ହୋଇଛି । ଏହି କ୍ରମରେ ବିଏମସି ଦେଇଛି ୨୩୦ କୋଟି ଟଙ୍କା କ୍ଷୟକ୍ଷତିର ଆକଳନ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : May 20, 2019, 7:30 PM IST

ଭୁବନେଶ୍ବର: ବାତ୍ୟା 'ଫନି' ସବୁ କିଛି ଛାରଖାର କରିଦେଇଛି । ଏଥିରେ ରାଜଧାନୀର ନାହିଁନଥିବା କ୍ଷୟକ୍ଷତି ହୋଇଛି । ଏହି କ୍ରମରେ ବିଏମସି ଦେଇଛି ୨୩୦ କୋଟି ଟଙ୍କା କ୍ଷୟକ୍ଷତିର ଆକଳନ । ପ୍ରାରମ୍ଭିକ ଆକଳନରୁ ପାଖାପାଖି ୨୩୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ସାମ୍ନାକୁ ଆସିଛି । ଏନେଇ ବିଏମସି ପକ୍ଷରୁ ରାଜ୍ୟ ସରକାରଙ୍କୁ ତଥ୍ୟ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଡ୍ରେନେଜ କ୍ଷୟକ୍ଷତି ଏବଂ ଏହାର ପୁନଋଦ୍ଧାର ନେଇ ୩୨ କୋଟି ୪୨ ଲକ୍ଷ ଟଙ୍କା , ଭୁବନେଶ୍ୱରରେ ଭାଙ୍ଗି ଯାଇଥିବା ମୁଖ୍ୟ ରାସ୍ତା ଓ ନାଳ ନର୍ଦ୍ଦମା (୫୦୦ କି.ମି) ପର୍ଯ୍ୟନ୍ତ କ୍ଷୟକ୍ଷତି ପାଇଁ ୧୫୬ କୋଟିର ଆକଳନ କରାଯାଇଛି । ସେହିଭଳି ୧୫୦୦ ରୁ ୧୮୦୦ ବିଜୁଳି ଖୁଣ୍ଟ ଭାଙ୍ଗିପଡିଛି , ୨୦୦୦ ଷ୍ଟ୍ରିଟ ଲାଇଟ, ୩୫ କିମି କେବଲ , ୪ ଟି ହାଇମାକ୍ସ୍ ଲାଇଟ ପାଇଁ ୫ କୋଟି ୩୯ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଛି ।

ପାର୍କ, ରାସ୍ତା କଡ ସବୁଜିମା, ବିଭିନ୍ନ ମେଡ଼ିକାଲ, ଆହାର କେନ୍ଦ୍ର, କଲ୍ୟାଣ ମଣ୍ଡପ, କାଞ୍ଜିଆ ହୁଦା, ଅଫିସ କାର୍ଯ୍ୟାଳୟ, ସରକାରୀ ଆବାସ ସହ ଏ ସମସ୍ତ କ୍ଷୟକ୍ଷତି ପାଇଁ ୨୫ କୋଟି ୭୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ୪ କୋଟି ଟଙ୍କା ସହ ମୋଟ ୨୩୦ କୋଟି ଟଙ୍କାର ଚିଠା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।

ବିଏମସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ସୂଚନା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୩୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

ସୂଚନାଥାଉ କି, ମେ ମାସ ୩ ତାରିଖରେ ସାମୁଦ୍ରିକ ଝଡ 'ଫନି' ପ୍ରଭାବରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଡ୍ରେନେଜ, ଗୃହ, ସରକାରୀ କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପ, ହସ୍ପିଟାଲ , ବିଜୁଳି ସରବରାହ, ଆହାର କେନ୍ଦ୍ର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details