ଓଡିଶା

odisha

ETV Bharat / city

ବିଏମସିର କୋଭିଡ ସଚେତନତା ଆରମ୍ଭ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ । ଅଧିକ ପଢନ୍ତୁ...

ବିଏମସିର କୋଭିଡ ସଚେତନତା ଆରମ୍ଭ
ବିଏମସିର କୋଭିଡ ସଚେତନତା ଆରମ୍ଭ

By

Published : Apr 10, 2021, 3:25 PM IST

Updated : Apr 10, 2021, 3:37 PM IST

ଭୁବନେଶ୍ବର: ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଲୋକଙ୍କୁ ସଚେତନତା କରାଯାଉଛି । ଭୁବନେଶ୍ୱରର ବିଭିନ୍ନ ୱାର୍ଡ, ଗଳି କନ୍ଦିରେ ସଚେତନ ରହିବା ପାଇଁ ଲୋକଙ୍କୁ ମାଇକ୍ ଜରିଆରେ ବୁଝାଉଛି ବିଏମସି ।

ବିଏମସିର କୋଭିଡ ସଚେତନତା ଆରମ୍ଭ

ସାମାଜିକ ଦୂରତ୍ୱ ମାନିବା, ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରାଉଛି ବିଏମସି । ସେହିପରି କୋଭିଡ ସଚେତକ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଘରେ ଘରେ ବୁଲି କୋଭିଡ ସଚେତନତା ବାର୍ତ୍ତା ଦେଉଛନ୍ତି । ଅଟୋ ଯୋଗେ ପ୍ରଚାର ମଧ୍ୟ କରାଯାଉଛି । ବସ୍ତିବାସିନ୍ଦାଙ୍କୁ ମଧ୍ୟ ସଚେତନ କରାଯାଉଛି । ଶନିବାର ଭୁବନେଶ୍ବର ଡୁମୁଡୁମା ଅଞ୍ଚଳରେ ବିଏମସି ଟିମ ସଚେତନ କରାଉଛନ୍ତି । ବିଶେଷ କାମନଥିଲେ ଘରୁ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି ।


ତେବେ ଭୁବନେଶ୍ୱରରେ ଲଗାତାର ଭାବେ କୋରୋନା ସଂକ୍ରମଣ ବୃଦ୍ଧି ବିଏମସିର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ବିଏମସି 3ଟି ଜୋନରେ ସଚେତନତା କ୍ୟାମ୍ପେନ ଜାରି ରଖିବା ସହ ଆୟୁଷ ଡାକ୍ତର ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କୁ ଔଷଧ କୀଟ ପ୍ରଦାନ କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Last Updated : Apr 10, 2021, 3:37 PM IST

ABOUT THE AUTHOR

...view details