ଓଡିଶା

odisha

ETV Bharat / city

ହାରିଗଲେ ଆଉ ଜଣେ କୋରୋନା ଯୋଦ୍ଧା, ଗାର୍ଡ ଅଫ ଅନର ସହ ଦିଆଯିବ ବିଦାୟ

ଚାଲିଗଲେ ଆଉ ଜଣେ କୋରୋନା ଯୋଦ୍ଧା। ସଂକ୍ରମଣ ପାଇଁ ସଚେତନତା କରିବା ସହ ଭାଇରସ ସହ ଲଢ଼ି ଲଢ଼ି ଶେଷରେ ନିଜେ କୋରୋନା ଅକ୍ରାନ୍ତ ହୋଇ ମହାମାରୀ ଯୁଦ୍ଧରେ ହାରିଗଲେ ବିଶ୍ୱଜିତ ମାନା।

ହାରିଗଲେ ଆଉ ଜଣେ କୋରୋନା ଯୋଦ୍ଧା, ଗାର୍ଡ ଅଫ ଅନର ସହ ଦିଆଯିବ ବିଦାୟ
ହାରିଗଲେ ଆଉ ଜଣେ କୋରୋନା ଯୋଦ୍ଧା, ଗାର୍ଡ ଅଫ ଅନର ସହ ଦିଆଯିବ ବିଦାୟ

By

Published : Sep 25, 2020, 9:06 AM IST

Updated : Sep 25, 2020, 12:13 PM IST

ଭୁବନେଶ୍ବର: ଚାଲିଗଲେ ଆଉ ଜଣେ କୋରୋନା ଯୋଦ୍ଧା। ସଂକ୍ରମଣ ପାଇଁ ସଚେତନତା କରିବା ସହ ଭାଇରସ ସହ ଲଢ଼ି ଲଢ଼ି ଶେଷରେ ନିଜେ କୋରୋନା ଅକ୍ରାନ୍ତ ହୋଇ ମହାମାରୀ ଯୁଦ୍ଧରେ ହାରିଗଲେ ବିଶ୍ୱଜିତ ମାନା। ବିଶ୍ୱଜିତ ମାନା, ୱାର୍ଡ ଅଫିସର ୱାର୍ଡ ନମ୍ବର 45 ରେ କାର୍ଯ୍ୟରତ ଥିଲେ।

ଗତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି । କୋରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ବିଶ୍ୱଜିତ ଜଣେ କୋରୋନା ଯୋଦ୍ଧା। ତାଙ୍କର ମରଶରୀରକୁ ଶୁକ୍ରବାର ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯାଇ ସଂସ୍କାର କରାଯିବ। ବିଶ୍ୱଜିତ ଆସନ୍ତା ବର୍ଷ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ।

ହାରିଗଲେ ଆଉ ଜଣେ କୋରୋନା ଯୋଦ୍ଧା, ଗାର୍ଡ ଅଫ ଅନର ସହ ଦିଆଯିବ ବିଦାୟ

ବିଶ୍ୱଜିତଙ୍କ ଅକାଳ ବିୟୋଗରେ ବିଏମସିରେ ଶୋକର ଛାୟା ଖେଳିଯାଇଛି। ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧରି ଓ ସାଉଥ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 25, 2020, 12:13 PM IST

ABOUT THE AUTHOR

...view details