ଓଡିଶା

odisha

ETV Bharat / city

ରାଜଧାନୀରେ ଲୁଟେରାଙ୍କୁ ଧରିବେ ଲୋକାଲ ବଏ

ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଲୁଟରାଙ୍କ ଆତଙ୍କ । ପୋଲିସକୁ ଖାତିର ନକରି ଲୁଟ କରୁଛନ୍ତି ଲୁଟେରା । ଆଉ ଲୁଟେରାଙ୍କୁ ସାବାଡ କରିବାକୁ ଏବେ ପୋଲିସ ଆପଣାଇଛି ଅଭିନବ ଉପାୟ ।

By

Published : Jul 31, 2019, 11:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ରାଜଧାନୀ ସ୍ମାର୍ଟସିଟି ଏବେ ଅପରାଧୀଙ୍କ ଆଶ୍ରୟ ସ୍ଥଳ ପାଲଟିଛି । କେତେବେଳେ ଲୁଟ ତ କେତେବେଳେ ଛିନତାଇ ଆଉ ଆକ୍ରମଣ । ଏମିତି ପ୍ରତିଦିନ ଅପପରାଧୀ ମାନେ ଅପରାଧ ଘଟାଇବାକୁ ସକ୍ଷମ ହେଉଛନ୍ତି । ପୋଲିସ ଯେତେ ସକ୍ରିୟ ହେଉଛି ଅପରାଧୀ ମଧ୍ୟ ପୋଲିସକୁ ତାଳ ଦେଇ ମଧ୍ୟ ଆଗକୁ ବଢୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ସବଠାରୁ ବଳିଗଲା ମଙ୍ଗଳବାର ଯେତେବେଳେ ଅପରାଧୀ ପୋଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ସିରିଜ ଲୁଟରେ ମାତିଥିଲେ । ପୁରୀ ବାଇପାସରରେ ଥିବା ପୁରୁଣା ଗାଡି ସୋ ରୁମ ମହିମା ମୋଟର୍ସର ମାଲିକ ତଥା ବିଲଡର୍ସଙ୍କୁ ଗୁଳିମାଡ କରି ଦୁର୍ବୃତ୍ତମାନେ ମଙ୍ଗଳବାର ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଅନ୍ୟଏକ ଘଟଣାରେ ସେହି ମଙ୍ଗଳବାର ରାତିରେ ଲୁଟେରା ମାନେ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୫୦ ହଜାର ଟଙ୍କା ଲୁଟିନେଇଥିଲେ, ଉକ୍ତ ଘଟଣା ରସୁଲଗଡ ଗାଁ ଛକରେ ଘଟିଥିଲା। ଫଳରେ ଲୋକେ ତାତିଥିଲେ ଏବଂ ରସୁଲଗଡରେ ରାସ୍ତାରୋକ କରିଥିଲେ ।

ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି ମୈଦାନକୁ ଆସିଥିଲେ ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଆଜି ରସୁଲଗଡର ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ । ନିଷ୍ପତ୍ତି ଅନୁସାରେ ସ୍ଥାନୀୟ ଯୁବକ ମାନେ ଲୁଟେରାଙ୍କୁ ଧରିବାରେ ପୋଲିସକୁ ସାହାଯ୍ୟ କରିବେ । ସ୍ଥାନୀୟ ଯୁବକ ମାନେ ପୁଲିସ ସହ ମିଶି ପାଟ୍ରୋଲିଙ୍ଗ ମଧ୍ୟ କରିବେ ।

ଏହାସହ ପୋଲିସକୁ ସୂଚନା ଦେବା ପାଇଁ ଏକ ନଂ ମଧ୍ୟ ଜାରି କରିଛନ୍ତି କମିଶନର ସତ୍ୟଜିତ ମହାନ୍ତି । ଜାରି ହୋଇଥିବା ନମ୍ବରଟି ହେଉଛି -(୮୨୮୦୩୩୮୩୦୦) ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details