ଓଡିଶା

odisha

ETV Bharat / city

ଦୃଷ୍ଟିହୀନ ପିଲାମାନେ ପାଳିଲେ ରାକ୍ଷୀପୂର୍ଣ୍ଣିମା - ଦୃଷ୍ଟିହୀନ ପିଲା ପାଳିଲେ ରାକ୍ଷୀପୂର୍ଣ୍ଣିମା

ପିସ୍ ଫର ଅଲ ଏବଂ ଓଡିଶା ଉତ୍କଳ ଦୃଷ୍ଟିହୀନ ସଂଘର ମିଳିତ ଆନୁକୁଲ୍ୟରେ ଅଭିନବ ଭାବେ ରାକ୍ଷୀପୂର୍ଣ୍ଣିମା ପାଳନ କଲେ ଦୃଷ୍ଟିବାଧିତ ପିଲା । ବ୍ଲାଇଣ୍ଡ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୃଷ୍ଟିହୀନ ପିଲାମାନେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

blind childrens are celebrated raksha bandhan in bhubaneswar
ଦୃଷ୍ଟିହୀନ ପିଲାମାନେ ପାଳିଲେ ରାକ୍ଷୀପୂର୍ଣ୍ଣିମା

By

Published : Aug 11, 2022, 8:58 PM IST

ଭୁବନେଶ୍ବର:ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ଦୃଷ୍ଟିବାଧିତ ପିଲା । ପିସ ଫର ଅଲ ଏବଂ ଓଡିଶା ଉତ୍କଳ ଦୃଷ୍ଟିହୀନ ସଂଘର ମିଳିତ ଆନୁକୁଲ୍ୟରେ ଏହି ଉତ୍ସବ ପାଳନ କରାଯାଇଛି । ବ୍ଲାଇଣ୍ଡ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୃଷ୍ଟିହୀନ ପିଲାମାନେ ଯୋଗ ଦେଇଥିଲେ । ସେଠାରେ 100ରୁ ଉର୍ଦ୍ଧ୍ବ ଦୃଷ୍ଟିହୀନ ପିଲା ଗୀତ ଗାଇ, ନାଚି, ରାକ୍ଷୀ ପିନ୍ଧି ଆଜିର ଦିନକୁ ଉପଭୋଗ କରିଛନ୍ତି । ଏଥିସହ ସେମାନଙ୍କୁ ଗୋଟେ ଗୋଟେ ଗିଫ୍ଟ ମଧ୍ୟ ଦିଆଯାଇଛି ।

ଦୃଷ୍ଟିହୀନ ପିଲାମାନେ ପାଳିଲେ ରାକ୍ଷୀପୂର୍ଣ୍ଣିମା

ଏମାନେ ଦୃଷ୍ଟିହୀନ ହୋଇପାରନ୍ତି ସତ କିନ୍ତୁ ମନ ଓ ଅନୁଭବର ଆଇନାରେ ଅନେକ ମୂହୁର୍ତ୍ତ ଓ ଉତ୍ସବକୁ ଅନୁଭବ କରିଥାନ୍ତି । ଆଉ ଓଡିଆ ପରମ୍ପରାର ସମସ୍ତ ଉତ୍ସବ ପାଳନ କରି ଖୁସି ହୋଇଥାନ୍ତି । ତେଣୁ ଭାଇ ଭଉଣୀର ଏହି ପବିତ୍ର ବନ୍ଧନ ମଧ୍ୟ ଖୁବ ଧୂମଧାମରେ ପାଳନ କରି ଖୁସି ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମକୃଷ୍ଣ ମିଶନର ମୁଖ୍ୟ ସ୍ଵାମୀ ଆତ୍ମପ୍ରଭାନନ୍ଦଜୀ ମହାରାଜ, ସତସଙ୍ଗ ବିହାର ମୁଖ୍ୟ ଅଭୟ ପରିଡା, ଯନ୍ତ୍ରୀ ସୂର୍ଯ୍ୟମଣୀ ଦାସ, ପିସ୍ ଫର ଅଲର ସଭାପତି ବିଶ୍ବଜିତ୍ ରଣା, ସମ୍ପାଦକ ନବ କିଶୋର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details