ଭୁବନେଶ୍ବର:ମହାଲିଙ୍ଗ ସନସାଇନ୍ ସ୍କୁଲଶିକ୍ଷୟିତ୍ରୀମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ୟର ସମସ୍ତ ଥାନା ସମ୍ମୁଖରେ ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା । ଅକ୍ଟୋବର 29, 30 ଓ 31 ତାରିଖ 3ଦିନ ଧରି 600 ପୋଲିସ ଷ୍ଟେସନ ଘେରାଉ କରିବ ବିଜେପି ମହିଳା ମୋର୍ଚ୍ଚା । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ମମିତା ମେହେର ହତ୍ୟା ଘଟଣାରେ ଚାଞ୍ଚଲ୍ୟ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସୁଛି ।
ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ଗୋବିନ୍ଦ ସାହୁ ବିଜୁ ଜନତା ଦଳର କର୍ମକର୍ତ୍ତା, ଏଥିପାଇଁ ସେ ଏତେବଡ ସାମ୍ରାଜ୍ୟ ବିସ୍ତାର କରିଥିଲେ ବୋଲି ଅଭିଯୋଗ କରିଛି ବିଜେପି । ମମିତା ଅପହରଣ କେଉଁଠୁ ହୋଇଥିଲେ ତାହାର ଠୋସ ପ୍ରମାଣ ସାମ୍ନାକୁ ଆସିନି । ମାଆ କହୁଛନ୍ତି ୮ଟା ବେଳେ ଫୋନ ଯୋଗେ କଥା ହୋଇଛନ୍ତି । ପୋଲିସ କହୁଛି ୨ଟା ବେଳେ ମୃତ୍ୟୁ ହୋଇଛି । ତେବେ କିଏ ସତ କହୁଛି, କ'ଣ ଷଡ଼ଯନ୍ତ୍ର ହେଉଛି ଏନେଇ ଏବେ ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି ବୋଲି କହିଛି ବିଜେପି ।