ଓଡିଶା

odisha

ETV Bharat / city

ବିଜେପିର ମଣ୍ଡି ଚାଲ ଅଭିଯାନ; ଚାଷୀଙ୍କ ସମସ୍ୟା ପାଇଁ ଲଢିବ ଦଳ

ଚାଷୀଙ୍କ ପାଖରେ ଟୋକନ ପହଁଞ୍ଚୁ ନାହିଁ ଓ ସରକାର ଓ ମିଲ ମାଲିକ ସଲାସୁତୁରା ହୋଇ କାମ କରୁଛନ୍ତି। ଯାହାକୁ ନେଇ ବିଜେପି ଆରମ୍ଭ କରିଛି ମଣ୍ଡି ଚାଲ ଅଭିଯାନ । ହେଲେ ଏହାର ସମାଧାନ ବଦଳରେ ଆମ ନେତାଙ୍କୁ ଅଟକ ରଖିଛନ୍ତି ବୋଲି କହିଲେ ବିଜେପିର ସାଧାରଣ ସମ୍ପାଦକ। ଅଧିକ ପଢନ୍ତୁ...

By

Published : Jan 22, 2021, 8:19 AM IST

ବିଜେପିର ମଣ୍ଡି ଚାଲ ଅଭିଯାନ; ଚାଷୀଙ୍କ ସମସ୍ୟା ପାଇଁ ଲଢିବ ଦଳ
ବିଜେପିର ମଣ୍ଡି ଚାଲ ଅଭିଯାନ; ଚାଷୀଙ୍କ ସମସ୍ୟା ପାଇଁ ଲଢିବ ଦଳ

ଭୁବନେଶ୍ବର: ଚାଷୀଙ୍କ ପାଇଁ ବିଜେପି ଛିଡା ହୋଇଛି। କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି ଚାଷୀଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣିବା ପାଇଁ କିନ୍ତୁ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି। ଯାହାଫଳରେ ଚାଷୀ ଧାନ ରଖି ହତାଶ ହୋଇ ବୁଲୁଛି । ଏନେଇ ବିଜେପି ଚାଷୀଙ୍କ ପାଇଁ ଲଢେଇ ଜାରି ରଖିବ ବୋଲି ପ୍ରେସମିଟ୍ କରିଛ କହିଛି।

ବିଜେପିର ମଣ୍ଡି ଚାଲ ଅଭିଯାନ; ଚାଷୀଙ୍କ ସମସ୍ୟା ପାଇଁ ଲଢିବ ଦଳ

ଚାଷୀଙ୍କ ପାଖରେ ଟୋକନ ପହଁଞ୍ଚୁ ନାହିଁ ଓ ସରକାର ଓ ମିଲ ମାଲିକ ସଲାସୁତୁରା ହୋଇ କାମ କରୁଛନ୍ତି। ଯାହାକୁ ନେଇ ବିଜେପି ଆରମ୍ଭ କରିଛି ମଣ୍ଡି ଚାଲ ଅଭିଯାନ । ହେଲେ ଏହାର ସମାଧାନ ବଦଳରେ ଆମ ନେତାଙ୍କୁ ଅଟକ ରଖିଛନ୍ତି। ତେଣୁ ଏ ସରକାର ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜାରି ରଖିବ ବିଜେପି।

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ସଫାସଫା ଶୁଣାଇଛି ଦଳ। ଏହାକୁ ନିର୍ଣ୍ଣାୟକ ଲଢେଇ ପର୍ଯ୍ୟନ୍ତ ନେବ ରାଜ୍ୟ ବିଜେପି। ବାସ୍ତବରେ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀର ଆୟ ଦ୍ବିଗୁଣିତ କରିବାକୁ ଚାହାଁନ୍ତି। ଏହାକୁ ଭଣ୍ଡୁର କରିବାକୁ ଏକ ଷଡ଼ଯନ୍ତ୍ର କରାଯାଉଛି । ମିଲର ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକା ଚାଲିଛି। ମଣ୍ଡିକୁ ଟାର୍ଗେଟ ଦିଆଯାଉନାହିଁ।

ଯାହାଫଳରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ସମ୍ବଲପୁରରେ ବିଜେପି ପ୍ରତିବାଦ ପରେ ବିଜେପି ନେତାମାନଙ୍କୁ ଗିରଫକରି ଥାନାରେ ରଖାଯାଇଛି। ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ନେତାମାନେ ଥାନାରେ ରହିବେ। ଆନ୍ଦୋଳନକୁ ତୀବ୍ର କରାଯିବ। ଏହାକୁ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବାକୁ ବିଜେପି ଆନ୍ଦୋଳନ କରିବ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details