ଓଡିଶା

odisha

ETV Bharat / city

ଆଗାମୀ 2024 ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିବ: ପଞ୍ଚାନନ କାନୁନଗୋ - BJP to lose seats in next assembly election

ଆସନ୍ତା 2024 ନିର୍ବାଚନରେ ବିଜେପିର ବିଧାୟକ ଆସନ ସଂଖ୍ୟା ପୂର୍ବ ତୁଳନାରେ ବହୁତ କମିବ । ନିର୍ବାଚନ ଲଢେଇ ହେବ ଜୋରଦାର । ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖୀ ଲଢେଇ ହେବ । କିନ୍ତୁ ବିଜେପିର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ବହୁତ କମିବ । ଅଧିକ ପଢନ୍ତୁ

Etv Bharatଆଗାମୀ 2024 ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିବ: ପଞ୍ଚାନନ କାନୁନଗୋ
Etv Bharatଆଗାମୀ 2024 ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିବ: ପଞ୍ଚାନନ କାନୁନଗୋ

By

Published : Sep 30, 2022, 10:19 PM IST

ଭୁବନେଶ୍ବର: ଆସନ୍ତା 2024 ନିର୍ବାଚନରେ ବିଜେପିର ବିଧାୟକ ଆସନ ସଂଖ୍ୟା ପୂର୍ବ ତୁଳନାରେ ବହୁତ କମିବ । ନିର୍ବାଚନ ଲଢେଇ ହେବ ଜୋରଦାର । ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖୀ ଲଢେଇ ହେବ । କିନ୍ତୁ ବିଜେପିର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ବହୁତ କମିବ । ଇଟିଭି ଭାରତର ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ଏହି ଭବିଷ୍ୟତବାଣୀ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଆଗାମୀ 2024 ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିବ: ପଞ୍ଚାନନ କାନୁନଗୋ

ଏହାବି ପଢନ୍ତୁ-କ୍ୟାବିନେଟର ନିଷ୍ପତ୍ତି, ଓଡିଆରେ ବି ଦେଇ ହେବ OCS ପରୀକ୍ଷା

କିଛି ଦିନ ତଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲି କି ଆଗାମୀ ନିର୍ବାଚନରେ ଓଡିଶାର ଭାଗ୍ୟ ପରିବର୍ତ୍ତନ ହେବ । ରାଜ୍ୟର ବିକାଶ ପାଇଁ ଏକ ନିର୍ଣ୍ଣାୟକ ଲଢେଇ ହେବ । ଯାହାର ଜବାବ ରଖି ପଞ୍ଚାନନ କହିଛନ୍ତି ଯଦି ବିଜେଡି ଛଡା ଅନ୍ୟ କିଏ ସରକାର ଗଠନ କଲା ତେବେ ଆମେ ନିର୍ଣ୍ଣାୟକ ଲଢେଇ ବୋଲି କହିପାରିବା । ତେବେ ଆଗାମୀ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ ସହ କ୍ଷମତା ଦଖଲ କରିବ ବୋଲି ପଞ୍ଚାନନ କହିଛନ୍ତି । ଏହାସହ କେନ୍ଦ୍ରରେ ମଧ୍ୟ କଂଗ୍ରେସ ନେତୃତ୍ବରେ ସରକାର ଗଠନ ହେବ ବୋଲି ପଞ୍ଚାନନ ଦୃଢକ୍ତି ପ୍ରକାଶ କରିଛନ୍ତି ।

ଏହାବି ପଢନ୍ତୁ- HSRP Deadline Extension: ଗାଡି ଚାଳକଙ୍କୁ ଆଶ୍ୱସ୍ତି, ମିଳିଲା ମାସେ ମହଲତ

ସୂଚନାଯୋଗ୍ୟଯେ 2019 ନିର୍ବାଚନରେ ପଞ୍ଚାନନ କାନୁନଗୋ କଟକ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢେଇ କରିଥିଲେ । ପ୍ରତିଦ୍ବନ୍ଦ୍ବୀ ଥିଲେ ବିଜେପିର ପ୍ରକାଶ ମିଶ୍ର ଏବଂ ବିଜେଡିର ଭର୍ତ୍ତୃହରି ମହତାବ । ପଞ୍ଚାନନଙ୍କୁ ମିଳିଥିଲା 9.42 ପ୍ରତିଶତ ଭୋଟ ବା 99 ହଜାର 847 ଖଣ୍ଡ ଭୋଟ । ଭର୍ତ୍ତୃହରି 5 ଲକ୍ଷ 24 ହଜାର 592 ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରକାଶ ମିଶ୍ର ପାଇଥି୍ଲେ 4 ଲକ୍ଷ 3 ହଜାର 391 ଖଣ୍ଡ ଭୋଟ । ତୃତୀୟ ସ୍ଥାନରେ ରହିଥିଲେ ପଞ୍ଚାନନ । 2024 ରେ ପଞ୍ଚାନନ କହିଛନ୍ତି ଦଳ ପାଇଁ ନିର୍ବାଚନ ଲଢିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details