ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ । ଗତ ସର୍ବଦଳୀୟ ବୈଠକରେ ଯାହା ଅନୁରୋଧ ଆସିଥିଲା ଯାହା ଆଲୋଚନା ହୋଇଥିଲା ସେହି କଥାକୁ ରାଜ୍ୟ ସରକାର ରଖିନାହାନ୍ତି । ବାରମ୍ବାର କେବଳ ବିଧିରକ୍ଷା କରିବାକୁ ସର୍ବଦଳୀୟ ବୈଠକ ଯଦି ବସିବ ତାହାର କିଛି ମୂଲ୍ଯ ନାହିଁ ବୋଲି କହିଛି ବିଜେପି। ଯଦି କିଛି ଗଠନମୂଳକ ପରାମର୍ଶକୁ ରାଜ୍ୟ ସରକାର କିମ୍ବା ନିର୍ଵାଚନ କମିଶନ ଗ୍ରହଣ କରିବେ ତାହେଲେ କିଛି ଲାଭ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ରାଜ୍ୟ ସରକାର ଏକତରଫା ଭାବେ ଦଳୀୟ ଲୋକମାନଙ୍କୁ ନେଇ ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବା ଆରମ୍ଭ କରିଛନ୍ତି । ସେପଟେ ନିର୍ବାଚନ କରିବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ଅବହେଳାରୁ ଆଜି ଆବାସ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ସେପଟେ ବିଜେପିକୁ ଦୋଷ ଦେଉଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଏହି ରାଜନୈତିକ ଡ୍ରାମା ବନ୍ଦ କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।