ଓଡିଶା

odisha

ETV Bharat / city

ଅତ୍ୟଧିକ ଆତ୍ମବିଶ୍ବାସ ଯୋଗୁଁ ବିଜେପି ହାରୁଛି: ବିଧାୟିକା କୁସୁମ ଟେଟେ

ପଞ୍ଚାୟତ ପରେ ପୌର ନିର୍ବାଚନରେ ପରାଜୟ ନେଇ ସମୀକ୍ଷା କରୁଛି ବିଜେପି । ସରକାରୀ ଦଳ କଳ, ବଳ ଓ କୌଶଳ କରି ନିର୍ବାଚନ ଜିତିଥିବା ଅଭିଯୋଗ ଆଣୁଛନ୍ତି ବିଜେପି ନେତା । ଅଧିକ ପଢନ୍ତୁ

By

Published : Apr 12, 2022, 9:49 PM IST

ଅତ୍ୟଧିକ ଆତ୍ମବିଶ୍ବାସ ଯୋଗୁଁ ବିଜେପି ହାରୁଛି: ବିଧାୟିକା କୁସୁମ ଟେଟେ
ଅତ୍ୟଧିକ ଆତ୍ମବିଶ୍ବାସ ଯୋଗୁଁ ବିଜେପି ହାରୁଛି: ବିଧାୟିକା କୁସୁମ ଟେଟେ

ଭୁବନେଶ୍ବର:ପଞ୍ଚାୟତ ପରେ ପୌର ନିର୍ବାଚନରେ ପରାଜୟ ନେଇ ସମୀକ୍ଷା କରୁଛି ବିଜେପି । ସରକାରୀ ଦଳ କଳ, ବଳ ଓ କୌଶଳ କରି ନିର୍ବାଚନ ଜିତିଥିବା ଅଭିଯୋଗ ଆଣୁଛନ୍ତି ବିଜେପି ନେତା । ସେପଟେ ଅତ୍ୟଧିକ ଆତ୍ମବିଶ୍ବାସ ପରାଜୟର କାରଣ ବୋଲି କହିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।

ସେହିଭଳି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ସମ୍ପୂର୍ଣ୍ଣ ଏକମତ ନ ହୋଇଥିଲେ ବି ସ୍ବରରେ ସ୍ବର ମିଳାଇଛନ୍ତି କୁସୁମ । ଦଳ ନିର୍ବାଚନ ସମୟରେ ଯେଉଁଭଳି ପ୍ଲାନ କରିବା କଥା ତାହା କରିପାରୁ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦେଖି ଅତ୍ୟଧିକ ଆତ୍ମବିଶ୍ବାସରେ ୨୦୨୨ ନିର୍ବାଚନକୁ ହାଲୁକା ଭାବେ ଦଳ ନେଇଥିବା କହିଛନ୍ତି କୁସୁମ ।

ଫଳରେ ନିର୍ବାଚନରେ ଖରାପ ପ୍ରଦର୍ଶନ ହୋଇଛି ବୋଲି ସେ କହିଛନ୍ତି । ନିଜ ଅଞ୍ଚଳରେ ନିଜର ବିଫଳତାକୁ ସ୍ୱୀକାର କରିଛନ୍ତି କୁସୁମ । ଦୁର୍ବଳ ସଂଗଠନ ପରାଜୟର କାରଣକୁ ସେ ଗ୍ରହଣ କରି ନାହାନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଯାହା ଦେଖିଥିବେ ସେ ସେୟା କହିଥିବେ ବୋଲି କୁସୁମ କହିଛନ୍ତି ।

ଅନ୍ୟପଟେ ରାଜ୍ୟର ନେତୃତ୍ବ ପରିବର୍ତ୍ତନ ହେବ ନା ନାହିଁ ସେ କଥା ହାଇକମାଣ୍ଡଙ୍କ ନିଷ୍ପତ୍ତି । କାହାକୁ ରାଜ୍ୟର ଦାୟିତ୍ଵ ଦେବେ ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ । ଆମେ ଲୋକ ପ୍ରତିନିଧି ଲୋକଙ୍କ ସେବା କରି ସଂଗଠନକୁ ଦୃଢ଼ କରିବୁ । ଆଗମୀ ନିର୍ବାଚନକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି । ୨୦୨୪ରେ କେଉଁଭଳି ମିଶନ ୧୨୦ ସଫଳ ହେବ ତାହାର ରୋଡ଼ମ୍ୟାପ ହାଇ କମାଣ୍ଡ ପ୍ରସ୍ତୁତ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details