ଓଡିଶା

odisha

ETV Bharat / city

'ପର ଘର ତିଅଣରେ ଅତିଥି ଚର୍ଚ୍ଚା କରୁଛି ବିଜେଡି'

ରାଜ୍ୟରେ ପକ୍କା ଘର ନିର୍ମାଣ ନେଇ ରାଜ୍ୟବାସୀଙ୍କୁ ବିଜେଡି ଭୁଆଁ ବୁଲାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

By

Published : Sep 16, 2019, 3:30 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାକୁ ଭ୍ରୁକ୍ଷେପ ଓ ହତାଦର କରିଛି ବିଜେଡି । ପର ଘର ତିଅଣରେ ଅତିଥି ଚର୍ଚ୍ଚା ବିଜେଡି ସରକାର କରୁଛି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । କେବଳ ଏତିକି ନୁହେଁ ରାଜ୍ୟରେ ପକ୍କା ଘର ନିର୍ମାଣ ନେଇ ରାଜ୍ୟବାସୀଙ୍କୁ ବିଜେଡି ଭୁଆଁ ବୁଲାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ 4 ଲକ୍ଷ ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରିଛନ୍ତି । ବାସ୍ତବରେ ଏହା କେନ୍ଦ୍ରୀୟ ଯୋଜନାରେ ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ । ଏହାକୁ ବିଜୁ ପକ୍କା ଘର ନାଁରେ ବିଜ୍ଞାପନ ପ୍ରକାଶ କରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

୨୦୧୪ ନିର୍ବାଚନୀ ଇସ୍ତାହାରରେ ୨୦ ଲକ୍ଷ ପକ୍କା ଘର ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ, ବାସ୍ତବତା ହେଲା ୨୦ ଲକ୍ଷ ପକ୍କା ଘରୁ ୩ ଲକ୍ଷ ୭୭ ହଜାର ବିଜୁ ପକ୍କା ଘର ଅନ୍ତର୍ଗତ ହୋଇଥିବା ବେଳେ ପ୍ରାୟ ୧୭ ଲକ୍ଷ ଘର ହେଉଛି କେନ୍ଦ୍ରୀୟ ଅନ୍ତର୍ଗତ । ବିଜ୍ଞାପନରେ ପିଏମ ଶବ୍ଦକୁ ଲୁଚାଇ ଚତୁରତାର ସହ ବିଜୁ ପକ୍କା ଘର ଉଲ୍ଲେଖ କରାଯାଇଛି ବୋଲି ଲେଖାଶ୍ରୀ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details