ଓଡିଶା

odisha

By

Published : Jun 11, 2021, 8:12 PM IST

ETV Bharat / city

ଘରୋଇ କଳି ଲୁଚାଇବାକୁ ରାସ୍ତାରେ କଂଗ୍ରେସ: ବଜେପି

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ବିରୋଧରେ ଶୁକ୍ରବାର କଂଗ୍ରେସ ଦେଶବ୍ୟାପୀ 4 ଘଣ୍ଟିଆ ପ୍ରତିବାଦ କରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଓ ମୁଖପାତ୍ର ଯତୀନ ମହାନ୍ତି । ଅଧିକ ପଢନ୍ତୁ...

ଘରୋଇ କଳି ଲୁଚେଇବାକୁ ରାସ୍ତାରେ କଂଗ୍ରେସ
ଘରୋଇ କଳି ଲୁଚେଇବାକୁ ରାସ୍ତାରେ କଂଗ୍ରେସ

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ବିରୋଧରେ ଶୁକ୍ରବାର କଂଗ୍ରେସ ଦେଶବ୍ୟାପୀ 4 ଘଣ୍ଟିଆ ପ୍ରତିବାଦ କରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ଓ ମୁଖପାତ୍ର ଯତୀନ ମହାନ୍ତି । ଘରୋଇ କଳି ଲୁଚେଇବାକୁ କଂଗ୍ରେସ ରାଜରାସ୍ତାରେ ବୋଲି ବିଜେପି କହିଛି ।

ଘରୋଇ କଳି ଲୁଚେଇବାକୁ ରାସ୍ତାରେ କଂଗ୍ରେସ

କଂଗ୍ରେସ ନିଜ ଅବସ୍ଥାକୁ ସମ୍ଭାଳିବା ପାଇଁ ଅନ୍ତିମ ଚେଷ୍ଟା କରୁଛି । ନିଜ ଦଳ ପାଇଁ ଜାତୀୟ ସ୍ତରରେ ନିନ୍ଦିତ ହେଉଛି କଂଗ୍ରେସ । ଭୋଟ ବ୍ୟାଙ୍କ, ଆନ୍ତଃ କନ୍ଦଳ ଆଡୁ ଦୃଷ୍ଟି ହଟାଇବାକୁ ଏଭଳି ହୀନ ପ୍ରୟାସ କରୁଛି କଂଗ୍ରେସ ।

ପେଟ୍ରୋଲ ଡିଜେଲ ଦରବୃଦ୍ଧି କେବଳ କେନ୍ଦ୍ର ସରକାରଙ୍କ ବିଷୟ ନୁହେଁ । ଅନ୍ତର୍ଜାତିକ ଦରବୃଦ୍ଧି ଆଧାରରେ ଦର ବଢୁଛି ବା କମୁଛି । କୋରୋନା ସମୟରେ ହେଉଥିବା ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲରୁ ଆସୁଥିବା ଟିକସରୁ ଖର୍ଚ୍ଚ ହେଉଛି ।

ଏମିତିରେ ବି କେନ୍ଦ୍ର ପାଉଥିବା ଟିକସରୁ 70% ରାଜ୍ୟ ପାଇଥାଏ । ପେଟ୍ରୋଲ କିମ୍ବା ଡିଜେଲର ହାରାହାରି 100 ଟଙ୍କା ଭିତରୁ ରାଜ୍ୟକୁ ମିଳୁଛି 39 ଟଙ୍କା । ଏଣୁ ତେଲ ଦର କମାଇବାକୁ ଚାହୁଁଥିବା ରାଜ୍ୟ ସରକାର ହିଁ ଭ୍ୟାଟ କମାନ୍ତୁ ବୋଲି ବିଜେପି କହିଛି । ଏଣୁ କଂଗ୍ରେସ ତେଲ ଦର ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details