ଓଡିଶା

odisha

ETV Bharat / city

ଅର୍ଥ ବଳରେ ପିପିଲି ଜିତିବାକୁ ମସୁଧା କରୁଛି ବିଜେଡି: ବିଜେପି

ପିପିଲି ଉପନିର୍ବାଚନ ଜିତିବାକୁ ଅର୍ଥ ବଳକୁ ବ୍ୟବହାର କରୁଛି ବିଜେଡି । ଆଉ ଏହି ବେଆଇନ ଟଙ୍କାକୁ ପୋଲିସ ସୁରକ୍ଷା ଦେଇ ନେଉଛି ବିଜେଡି । ଏପରି ସାଙ୍ଘାତିକ ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...

By

Published : Apr 7, 2021, 8:52 PM IST

ଅର୍ଥ ବଳରେ ପିପିଲି ଜିତିବାକୁ ମସୁଧା କରୁଛି ବିଜେଡି
ଅର୍ଥ ବଳରେ ପିପିଲି ଜିତିବାକୁ ମସୁଧା କରୁଛି ବିଜେଡି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଜିତିବାକୁ ଅର୍ଥ ବଳକୁ ବ୍ୟବହାର କରୁଛି ବିଜେଡି । ଆଉ ଏହି ବେଆଇନ ଟଙ୍କାକୁ ପୋଲିସ ସୁରକ୍ଷା ଦେଇ ନେଉଛି ବିଜେଡି । ଏପରି ସାଙ୍ଘାତିକ ଅଭିଯୋଗ କରିଛି ବିଜେପି । ଏନେଇ ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

ଅର୍ଥ ବଳରେ ପିପିଲି ଜିତିବାକୁ ମସୁଧା କରୁଛି ବିଜେଡି

ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ମୁଖପାତ୍ର ସୋନାଲି ସାହୁ, ଯତୀନ ମହାନ୍ତି ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ପିପିଲିରେ ବିଜେଡିର ଟଙ୍କା ନେଉଥିବା ଏକ ଗାଡ଼ି ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଗାଡ଼ିଟି ପିପିଲି ବିଜେଡି ପାର୍ଟି ଅଫିସ ଆଗରେ ହୋଇଛି । ଦୁର୍ଘଟଣା ହେବା ପରେ ଏହି ଟଙ୍କାକୁ ଅନ୍ୟ ଏକ ଗାଡ଼ିରେ ପୋଲିସ ଏସ୍କର୍ଟରେ ନିଆଯାଇଛି ।

ଗାଡି ନମ୍ବର ସହ ବିଜେଡି ପତାକା ଓ ଟଙ୍କା ବ୍ୟାଗର ଫଟୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେପି । ଘଟଣାର ତଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣିବାକୁ ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details