ଓଡିଶା

odisha

ETV Bharat / city

ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଅଭିଯୋଗ

ଓଡିଶା ପୋଲିସର ଗୁଇନ୍ଦା ବିଭାଗ ଡିଆଇଜି ଆଶିଷ ସିଂ ପୋଲିସ କର୍ମଚାରୀଙ୍କୁ ଧମକାଇ ଚାପ ପକାଉଥିବା ଅଭିଯୋଗ କରିଛି ବିଜେପି ।

By

Published : Apr 5, 2019, 5:16 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା ପୋଲିସର ଗୁଇନ୍ଦା ବିଭାଗ ଡିଆଇଜି ଆଶିଷ ସିଂ ପୋଲିସ କର୍ମଚାରୀଙ୍କୁ ଧମକାଇ ଚାପ ପକାଉଥିବା ଅଭିଯୋଗ କରିଛି ବିଜେପି । ସେ ବ୍ରହ୍ମପୁର, କନ୍ଧମାଳ ଓ ଆସିକା ଅଞ୍ଚଳରେ ନିୟୋଜିତ ପୋଲିସ ଅଧିକାରୀଙ୍କୁ ଧମକାଇ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବାକୁ ଚାପ ପକାଉଥିବା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ତେବେ ନିର୍ବାଚନ ସରିବା ପରେ ସେମାନଙ୍କୁ ଭଲ ପଦବୀରେ ଅବସ୍ଥାପିତ କରାଯିବା ନେଇ ମଧ୍ୟ ଅଫର ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି । ଆଉ ଏହା ନମାନିଲେ ସେମାନଙ୍କୁ ଧମକ ଦିଆଯାଉଥିବା କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।

ସେହିପରି ନବରଙ୍ଗପୁରର ପିଡିଡିଆରଡିଏ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଥିବା ମଧ୍ୟ ଅଭିଯୋଗ ଆଣିଛି ବିଜେପି । ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details