ଓଡିଶା

odisha

BJD LPG Price Hike Protest: ସମୀର କହିଲେ ମମିତା ପ୍ରସଙ୍ଗ ଭୁଲିବେନି ରାଜ୍ୟବାସୀ

By

Published : Nov 22, 2021, 7:03 PM IST

ରନ୍ଧନ ଗ୍ଯାସ ଦରବୃଦ୍ଧିକୁ ନେଇ ସାରା ରାଜ୍ୟରେ ଆଜିଠାରୁ BJD କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଜେଡିର ଏହି ପ୍ରତିବାଦକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେପି । ଅଧିକ ପଢ଼ନ୍ତୁ

bjp state president samir mohanty target bjd over LPG Price Hike Protest
BJD LPG Price Hike Protest : ସମୀର କହିଲେ ମମିତା ପ୍ରସଙ୍ଗ ରାଜ୍ୟବାସୀ ଭୁଲିବେନି

ଭୁବନେଶ୍ବର: ରନ୍ଧନ ଗ୍ଯାସ ଦରବୃଦ୍ଧିକୁ(LPG Price Hike ) ନେଇ ସାରା ରାଜ୍ୟରେ ଆଜି(ସୋମବାର)ଠାରୁ ବିଜେଡି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଜେଡିର ଏହି ପ୍ରତିବାଦକୁ ନେଇ ପ୍ରତିକ୍ରିୟା ଦେଇଛି ବିଜେପି । ରାଜନୈତିକ ଦଳଭାବେ ବିରୋଧ ଓ ପ୍ରତିବାଦ କରିବାର ପ୍ରତ୍ୟେକ ରାଜନୈତିକ ଦଳର ଅଧିକାର ରହିଛି । କିନ୍ତୁ ଏହି ପ୍ରତିବାଦ ଜରିଆରେ ବିଜେଡି ମମିତା ମେହେର ହତ୍ୟାକାଣ୍ଡ(Mamita Meher Murder Case) ବିଷୟ ଉପରୁ ଦୃଷ୍ଟି ହଟାଇବାକୁ କରୁଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

BJD LPG Price Hike Protest : ସମୀର କହିଲେ ମମିତା ପ୍ରସଙ୍ଗ ରାଜ୍ୟବାସୀ ଭୁଲିବେନି

ବିଜେଡି ମମିତା ମେହେର ହତ୍ୟାକାଣ୍ଡ ବିଷୟ ଉପରୁ ରାଜ୍ୟବାସୀଙ୍କ ଦୃଷ୍ଟି ହଟାଇବାରେ ବିଫଳ ହେବ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରୋକଠୋକ କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ, ଛାତ୍ର, ମହିଳା ଦଳ ୩ଦିନ ଧରି ଆନ୍ଦୋଳନ କରିବ ।

୩ ବର୍ଷରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କୁ ଅତିଶୟ କରିସାରିଲାଣି । ଉଜ୍ବଳା ଯୋଜନାରେ ମହିଳା ରିଫିଲ କରି ନପାରି ସମସ୍ୟା ଭୋଗୁଛନ୍ତି । କେବଳ ଗ୍ୟାସ ଦର ନୁହେଁ, ସବୁ ଅତ୍ୟାବଶକୀୟ ସାମଗ୍ରୀ ଦର ବଢ଼ିଛି । ଏସବୁ ପ୍ରତିବାଦ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details