ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ଚିଠା ନିୟମ ଉପରେ ବର୍ଷିଲା ବିଜେପି । ପଞ୍ଚାୟତ ନିର୍ବାଚନ ନେଇ ସରକାର ଏହି ଚିଠା ପ୍ରସ୍ତାବ ଆଗତ କରିଛନ୍ତି । ଏପରି ଭାବେ ରାଜ୍ୟ ସରକାର କପି କରି ପ୍ରଥମ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ସମାଲୋଚନା କଲେ ବିଜେପି ପଞ୍ଚାୟତରାଜ ବିଭାଗ ସଂଯୋଜକ ଶଙ୍କରର୍ଷଣ ପରିଡା ।
ଶଙ୍କର କହିଛନ୍ତି ଯେ, ସରକାର ଗଣତି ପ୍ରକ୍ରିୟା ତ୍ଵରାନ୍ଵିତ କରିବା ବଦଳରେ ବିଳମ୍ବରେ ଗଣତି କରିବେ । ବିଡମ୍ବନାର ବିଷୟ ହେଲା 4 ଲକ୍ଷ ଭୋଟ୍ ବାକ୍ସ ରଖିବାକୁ ବ୍ଲକ ସ୍ତରରେ ବିଧିବଦ୍ଧ ବ୍ୟବସ୍ଥା ନାହିଁ । ବ୍ଳକରେ ଷ୍ଟ୍ରଙ୍ଗ ରୁମ୍ ନାହିଁ । ତେଣୁ ଶାସକ ଦଳ ଭୋଟକୁ ବିଭ୍ରାନ୍ତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ସରକାର ଯେନତେନ ପ୍ରକାରରେ ଭୋଟକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି । ନିର୍ବାଚନ ଜିତିବାକୁ ଏବଂ ନିର୍ବାଚନ ବିଳମ୍ବ କରିବାକୁ ସରକାରଙ୍କ ଏହା ହୀନ ଉଦ୍ୟମ ତଥା ଗଳା ବାଟ ବୋଲି ଅଭିଯୋଗ କରିଛି ବିଜେପି ।