ଓଡିଶା

odisha

ETV Bharat / city

ବଗଲା ବିବାଦ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ, ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ

ବଗଲା ଧର୍ମଶାଳା ବିବାଦ ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖ ପାତ୍ର ତଥା ଲୋକସଭା ନିର୍ବାଚନରେ ପୁରୀରୁ ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

ବଗଲା ବିବାଦ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ସମ୍ବିତଙ୍କ ସାକ୍ଷାତ, ଆନ୍ଦୋଳନ ବ୍ୟପକ କରିବାକୁ ଚେତାବନୀ
ବଗଲା ବିବାଦ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ସମ୍ବିତଙ୍କ ସାକ୍ଷାତ, ଆନ୍ଦୋଳନ ବ୍ୟପକ କରିବାକୁ ଚେତାବନୀ

By

Published : Aug 28, 2020, 8:39 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ପୁରୀ ବଗଲା ଧର୍ମଶାଳା ବିବାଦ । ଏହାକୁ ନେଇ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି । ରାଜ୍ୟ ସରକାରଙ୍କ ଏକଛତ୍ରବାଦ ବିରୋଧରେ ତେଜୁଛି ସ୍ବର । ଏପରିସ୍ଥିତିରେ ବଗଲା ଧର୍ମଶାଳା ବିବାଦ ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖ ପାତ୍ର ତଥା ଲୋକସଭା ନିର୍ବାଚନରେ ପୁରୀରୁ ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର । ସମ୍ବିତ କେନ୍ଦ୍ର ପର୍ଯ୍ୟଟକ ମନ୍ତ୍ରୀଙ୍କ ସହ ଏହି ପ୍ରସଂଙ୍ଗରେ ଆଲୋଚନା କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ବିଜେପି ନେତା ସମ୍ବିତ ପାତ୍ର ଟ୍ବିଟ କରି ଲେଖିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅଧୀନରେ ନବୀକରଣ ଏବଂ ପୁନରୁଦ୍ଧାର ପାଇଁ 20 କୋଟି ଟଙ୍କା ଆବଣ୍ଟନ ହେବା ସତ୍ତ୍ବେ ପୁରୀରେ ବଗଲା ଜମିର ବେଆଇନ ଷଡଯନ୍ତ୍ର ଏବଂ ବିକ୍ରୟ ସମ୍ପର୍କରେ କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କଲି।

ବଗଲା ବିବାଦ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ସମ୍ବିତଙ୍କ ସାକ୍ଷାତ, ଆନ୍ଦୋଳନ ବ୍ୟପକ କରିବାକୁ ଚେତାବନୀ

ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ସାମ୍ବାଦିକଙ୍କୁ ସମ୍ବିତ ପାତ୍ର ଏହି ସୂଚନା ଦେଇଛନ୍ତି ।

ABOUT THE AUTHOR

...view details