ଭୁବନେଶ୍ବର:OBC ପ୍ରସଙ୍ଗରେ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବିଜେଡି ସରକାର। ଏଭଳି ଅଭିଯୋଗ କରିଛି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି । ରାଜ୍ୟ ସରକାର ପଞ୍ଚାୟତନ ନିର୍ବାଚନରେ ୨୭% OBCଙ୍କୁ ସଂରକ୍ଷଣ ଦେବା ପାଇଁ ଘୋଷଣା କରିଛନ୍ତି ।
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର OBC ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଅକ୍ଟୋବର ୧୬ ରୁ ୨୨ ତାରିଖ ମଧ୍ୟରେ କରିପାରନ୍ତି ସଂରକ୍ଷଣ ବ୍ୟବସ୍ଥା । 2011 ଜନଗଣନା ହୋଇଥିଲା ତାହାର ଆଧାରରେ ସଂରକ୍ଷଣ ବ୍ୟବସ୍ଥା କରାଯିବ । ତେବେ ଏଥିରେ ରାଜ୍ୟ ସରକାର ଚଞ୍ଚକତା କରି ଭୋଟର ଲିଷ୍ଟ କିମ୍ବା ଭୂତ ଭୋଟରକୁ ସ୍ଥାନ ନ ଦିଅନ୍ତୁ । ସଂରକ୍ଷଣ ବ୍ୟବସ୍ଥାକୁ ଜନଶୁଣାଣୀ କରି ସ୍ବଚ୍ଛତା ଭାବରେ କରନ୍ତୁ ବୋଲି କହିଛନ୍ତି । ସେହିପରି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ।