ଓଡିଶା

odisha

ETV Bharat / city

ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବିରୋଧୀ, ସମାଧାନ ପାଇଁ ଆସିନାହାଁନ୍ତି କେହି - odisha latest news

ବିଧାନସଭାରେ ଗତକାଲି ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗିବା ପ୍ରସଙ୍ଗରେ ବିଜେପି ବିଧାୟକ ମାନେ ଅହୋରାତ୍ର ଗାନ୍ଧୀ ମୂର୍ତ୍ତିତଳେ ଧାରଣାରେ ବସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ସହିତ କେହି ବି ଆଲୋଚନା କରିନାହାନ୍ତି । ଅଧିକ ପଢନ୍ତୁ...

bjp proptest in gandhi statue on assembly issue
ଗାନ୍ଧୀ ମୂର୍ତ୍ତିତଳେ ଧାରଣାରେ ବସିଛନ୍ତି ବିରୋଧୀ ,ସମାଧାନ ପାଇଁ କେହି ବି ଆସିନାହାଁନ୍ତି

By

Published : Apr 4, 2021, 9:25 AM IST

Updated : Apr 4, 2021, 10:45 AM IST

ଭୁବନେଶ୍ବର: ବିଧାନସଭାର ଗାନ୍ଧୀ ମୂର୍ତ୍ତି ଧାରଣାରେ ବସିଛନ୍ତି ବିରୋଧୀଦଳ ନେତା ଓ ବିଜେପି ବିଧାୟକ । ବିଧାନସଭାରେ ଗତକାଲି ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗିବା ପ୍ରସଙ୍ଗରେ ବିଜେପି ବିଧାୟକ ମାନେ ଅହୋରାତ୍ର ଗାନ୍ଧୀ ମୂର୍ତ୍ତିତଳେ ଧାରଣାରେ ବସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ସହିତ କେହି ବି ଆଲୋଚନା କରିନାହାନ୍ତି ।

ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବିରୋଧୀ, ସମାଧାନ ପାଇଁ ଆସିନାହାଁନ୍ତି କେହି

ରାତିସାରା ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଲେ ବିରୋଧୀ ଦଳ ନେତା ଓ ବିଜେପିର ସମସ୍ତ ବିଧାୟକ । ଚପଲ ଫିଙ୍ଗିବା ଘଟଣାରେ ବିଜେପିର ତିନି ବିଧାୟକ ନିଲମ୍ବିତ ହୋଇଛନ୍ତି । ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି । ଏହି ଘଟଣାକୁ ବିରୋଧ କରି ବିଜେପି ସଦସ୍ୟମାନେ ଗୃହ ତ୍ୟାଗ କରିବା ସହ ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ପକ୍ଷ ରଖିବାକୁ ସୁଯୋଗ ଦିଆଗଲା ନାହିଁ । ଘଟିଥିବା ଘଟଣା ପାଇଁ ବିଧାୟକମାନେ କ୍ଷମା ମାଗିବାକୁ ପ୍ରସ୍ତୁତ ଥିଲେ । ଦଳ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ରାତିସାରା ବିରୋଧୀ ଦଳନେତା ସମେତ ସମସ୍ତ ବିଧାୟକ ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ।

ବିଧାନସଭାରେ ବାଚସ୍ପତି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାମ କରୁଛନ୍ତି । ବିରୋଧୀଙ୍କ କଥା ଶୁଣୁନାହାଁନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବରେ କାର୍ଯ୍ୟ କରୁଛନ୍ତି । ବାଚସ୍ପତି ଭଳି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ଗୃହର ସମସ୍ତଙ୍କୁ ନେଇ ପରିଚାଳନା କରିବା କଥା ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ଆଜି ଦିନ 10 ଟା ବେଳେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବେ ସମସ୍ତ ବିଧାୟକ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 4, 2021, 10:45 AM IST

ABOUT THE AUTHOR

...view details