ଭୁବନେଶ୍ବର: ଦେଶବ୍ୟାପୀ ଚାଲିଥିବା ଟୀକାକରଣର ସଫଳତାକୁ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ମୋଦି ସରକାରଙ୍କ ଟୀକାକରଣର ସଫଳତା ବଖାଣିଛନ୍ତି । ସେପଟେ ରାଜ୍ୟ ସରକାର ଟୀକାକରଣରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ଟୀକାକରଣରେ ବିଶ୍ବରେ ଇତିହାସ ସୃଷ୍ଟି କରିଛି ଭାରତ ଟୀକାକରଣରେ ବିଶ୍ବରେ ଇତିହାସ ସୃଷ୍ଟି କରିଛି ଭାରତ । ସେପ୍ଟେମ୍ବର 17 ତାରିଖ ମୋଦିଙ୍କ ଜନ୍ମଦିନରେ ଅଢ଼େଇ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଆଜି ଯାଏଁ 85 କୋଟି ଲୋକ ଟିକା ନେଇଛନ୍ତି। ଦେଶରେ 47 ପ୍ରତିଶତ ପ୍ରଥମ ଡୋଜ ନେଇସାରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ ଭଳି ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଓଡିଶାରେ କୋରୋନା ଉପରମୁହାଁ । ସାରା ଦେଶରେ କୋରୋନା ସ୍ଥିତିରେ ଓଡିଶା 8ମ ସ୍ଥାନରେ ରହିଛି । ରାଜ୍ୟର 96 ପ୍ରତିଶତ କୋରୋନା ରୋଗୀ ସଂଗରୋଧରେ ରହୁଛନ୍ତି । ଏଥିରୁ ଜଣାପଡୁଛି ଚିକିତ୍ସା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।
ରାଜ୍ୟରେ କୋରୋନା ମୃତ୍ୟୁହାର 4.54 ପ୍ରତିଶତ ଥିବାବେଳେ ଦେଶରେ ମାତ୍ର 2.5 ପ୍ରତିଶତ ରହିଛି ମୃତ୍ୟୁହାର । ରାଜ୍ୟରେ 0 ରୁ 18 ବୟସ ବର୍ଗର ସଂକ୍ରମଣ 15.12 ପ୍ରତିଶତ ରହୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ 667 ଟି ଭେଣ୍ଟିଲେଟର ପାଇଁ ସହାୟତା ଆସିଛି, 35,841 ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯାଇଛି । ମାତ୍ର 65.4 ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ମାତ୍ର 24.1 ପ୍ରତିଶତ ଲୋକ ଦୁଇଟି ଯାକ ଡୋଜ ନେଇଛନ୍ତି ।
ଅନେକ ସମୟରେ ରାଜ୍ୟ ସରକାର କହୁଛନ୍ତି ଯେ ଲୋକେ ନେବା ଟିକା ନେବା ପାଇଁ ଚାହୁଁନାହାନ୍ତି । ରାଜ୍ୟ ସରକାର ନିଜର ଛବିକୁ ସ୍ବଚ୍ଛ କରିବା ପାଇଁ କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ଟୀକାକରଣର ପ୍ରଚାର ପ୍ରସାର ପାଇଁ କୌଣସି ବିଜ୍ଞାପନ କରୁନାହାଁନ୍ତି ବୋଲି ବିଜେପି କହିଛି। ସବୁ ପ୍ରକାର ସୁବିଧା କେନ୍ଦ୍ର ଯୋଗାଇ ଦେଉଥିବାବେଳେ କାର୍ଯ୍ୟକାରିତା କାହିଁକି ହୋଇପାରୁନାହିଁ ତାର ଜବାବ ରାଜ୍ୟ ସରକାର ଦିଅନ୍ତୁ ବୋଲି ବିଜେପି କହିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ