ଓଡିଶା

odisha

ETV Bharat / city

ସେସୁ ବିଜୁଳି କାଟିବା ପ୍ରସଙ୍ଗ: ସରକାରଙ୍କୁ ଘେରିଲା ବିଜେପି - cesu line disconnection

ଆସନ୍ତା 16 ତାରିଖରୁ ସେସୁ ପକ୍ଷରୁ ବିଜୁଳି କାଟିବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲା ରାଜ୍ୟ ବିଜେପି । ବିଜୁଳି ବିଲ୍‌ ସଂଗ୍ରହ ହେଉ ଆପତ୍ତି ନାହିଁ ହେଲେ ପ୍ରଥମେ ବାକି ରଖିଥିବା ବଡ ବଡ ଶିଳ୍ପାନୁଷ୍ଠାନଙ୍କ ଠାରୁ କାହିଁକି ବିଜୁଳି କର ଆଦାୟ କରୁନାହାଁନ୍ତି ରାଜ୍ୟ ସରକାର ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପଚାରିଛନ୍ତି ।

bjp press meet
ସେସୁ ବିଜୁଳି କାଟିବା ପ୍ରସଙ୍ଗ; ସରକାରଙ୍କୁ ଘେରିଲା ବିଜେପି

By

Published : Jan 14, 2020, 2:37 PM IST

ଭୁବନେଶ୍ବର: ଆସନ୍ତା 16 ତାରିଖରୁ ସେସୁ ପକ୍ଷରୁ ବିଜୁଳି କାଟିବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲା ରାଜ୍ୟ ବିଜେପି । ବିଜୁଳି ବିଲ୍‌ ସଂଗ୍ରହ ହେଉ ଆପତ୍ତି ନାହିଁ ହେଲେ ପ୍ରଥମେ ବାକି ରଖିଥିବା ବଡ ବଡ ଶିଳ୍ପାନୁଷ୍ଠାନଙ୍କ ଠାରୁ କାହିଁକି ବିଜୁଳି କର ଆଦାୟ କରୁନାହାଁନ୍ତି ରାଜ୍ୟ ସରକାର ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପଚାରିଛନ୍ତି । ମଙ୍ଗଳବାର ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସେ ଏପରି ଅଭିଯୋଗ କରିଛନ୍ତି ।

ସେସୁ ବିଜୁଳି କାଟିବା ପ୍ରସଙ୍ଗ; ସରକାରଙ୍କୁ ଘେରିଲା ବିଜେପି

ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ଉପରେ ଦାଉ ନସାଧୁ। ଆଗକୁ ରାଜ୍ୟରେ ପରୀକ୍ଷା ଋତୁ ଆସୁଛି, ସେସୁର ଲାଇନ କାଟିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ, ଏହାଦ୍ବାରା ଗାଁ ଗହଳିରେ ରହୁଥିବା ଛାତ୍ରଛାତ୍ରୀ ହଇରାଣ ହେବେ ବୋଲି କହିଛନ୍ତି ସେ ।

ସେହିପରି ଗୋଟିଏ ପଟେ ରାଜ୍ୟ ସରକାର ବିଜୁଳି ବଳକା ରାଜ୍ୟ ବୋଲି କହୁଛନ୍ତି, ଅନ୍ୟପଟେ ବିଜୁଳି କାଟିବା ନିଷ୍ପତ୍ତି ନେଉଛନ୍ତି । ସରକାରଙ୍କ ଦାୟିତ୍ବ ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା କିନ୍ତୁ ବିଜୁଳି ଭଳି ଅତ୍ୟାବଶ୍ୟକ ମାଧ୍ୟମକୁ କାଟିବାକୁ କହୁଛନ୍ତି । ଅନ୍ତତଃ ସରକାର ବିଜୁଳି କାଟିବା ପୂର୍ବରୁ ଲୋକଙ୍କ ସହ ଆଲୋଚନା କରନ୍ତୁ, ଲୋକଙ୍କ ଦେୟ ଦାଖଲ କ୍ଷମତା ଅଛି କି ନାହିଁ ତର୍ଜମା କରନ୍ତୁ ବୋଲି ଲେଖାଶ୍ରୀ ଦର୍ଶାଇଛନ୍ତି ।

ଏହାସହ କଣ ପାଇଁ ବକେୟା ଥିବା ଶିଳ୍ପାନୁଷ୍ଠାନ ପ୍ରତି କାର୍ଯ୍ୟାନୁଷ୍ଠାନ ନକରି ସାଧାରଣ ଲୋକଙ୍କ ଲାଇନ କାଟିବା କଥା କହୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details