ଓଡିଶା

odisha

ETV Bharat / city

ସରକାର ଓବିସି ଓ ଏସିବିସି ସଂରକ୍ଷଣ ଲାଗୁ କରନ୍ତୁ: ବିଜେପି

ଶିକ୍ଷାନୁଷ୍ଠାନରେ ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ରହିବ ସଂରକ୍ଷଣ। କ୍ୟାବିନେଟ ନିଷ୍ପତ୍ତି ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅଧିକ ପଢନ୍ତୁ...

By

Published : Dec 29, 2020, 4:53 PM IST

ସରକାର ଆଜି ଓବିସି ଓ ଏସିବିସି ସଂରକ୍ଷଣ ଲାଗୁ କରନ୍ତୁ: ବିଜେପି
ସରକାର ଆଜି ଓବିସି ଓ ଏସିବିସି ସଂରକ୍ଷଣ ଲାଗୁ କରନ୍ତୁ: ବିଜେପି

ଭୁବନେଶ୍ବର: କ୍ୟାବିନେଟ ସଂକଳ୍ପରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ବ୍ୟବସ୍ଥାକୁ ପାରିତ କରିଛନ୍ତି। ସରକାରଙ୍କୁ ଏ ଉଦ୍ଭଟ ଚିନ୍ତା କିଏ ଦଉଛି? ଏନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର।

ସରକାର ଆଜି ଓବିସି ଓ ଏସିବିସି ସଂରକ୍ଷଣ ଲାଗୁ କରନ୍ତୁ: ବିଜେପି

ସମ୍ବିଧାନ ଧାରାରେ ଉଲ୍ଲେଖ ଅଛି ଓବିସି ଓ ଆର୍ଥିକ ଅନଗ୍ରସର ଶ୍ରେଣୀ ଲାଗି ନଦେଇ ନୂଆ ଵର୍ଗ ସୃଷ୍ଟି କଣ ପାଇଁ? ରାଜ୍ୟ ସରକାର ତୁରନ୍ତ OBC ଲାଗି 27% ଓ EWS ପାଇଁ ଥିବା 10% ସଂରକ୍ଷଣ ଲାଗୁ କରନ୍ତୁ। ସରକାରୀ ସ୍କୁଲରେ ଭିତ୍ତିଭୂମି ନାହିଁ, ଶିକ୍ଷକ ନାହାଁନ୍ତି, ଲ୍ୟାବ ନାହିଁ କେମିତି ଗୁଣାତ୍ମକ ଶିକ୍ଷା ମିଳିବ? ତାମିଲନାଡୁ ରେ 58%, ମହାରାଷ୍ଟ୍ରରେ 63% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

ବ୍ୟାକୱାର୍ଡ କମିଶନ ଲାଗୁ କରନ୍ତୁ ଓ କେତେ ଆର୍ଥିକ ଅନଗ୍ରସର ପିଲା ଅଛନ୍ତି ଚିହ୍ନଟ କରନ୍ତୁ। ସରକାରଙ୍କ ଏ ନିଷ୍ପତ୍ତିରେ କୌଣସି ସ୍ପଷ୍ଟତା ନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details