ଓଡିଶା

odisha

ETV Bharat / city

କୋଭିଡ୍ ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ - କୋଭିଡ୍ କେୟାର ସେଣ୍ଟର

ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଯୋଗେ ଜଣାଇଲେ ବିଜେପି ବିଧାୟକ । ଜିଲ୍ଲାସ୍ତରୀୟ କୋଭିଡ୍ କେୟାର ସେଣ୍ଟରକୁ ପ୍ରସ୍ତୁତ ରଖିବା ସହ ଜରୁରୀକାଳୀନ ଚିକିତ୍ସା ଯୋଗାଇଦେବାକୁ ଦାବି । ଅଧିକ ପଢନ୍ତୁ...

କୋଭିଡ୍ ସଂକ୍ରମଣ ରୋକିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ
କୋଭିଡ୍ ସଂକ୍ରମଣ ରୋକିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

By

Published : May 21, 2021, 10:05 PM IST

ଭୁବନେଶ୍ବର:ଓଡିଶାର ଗ୍ରାମାଞ୍ଚଳ ତଥା ଆଦିବାସୀ ବହୁଳ ଅନୁନ୍ନତ ଅଂଚଳରେ କ୍ରମବର୍ଦ୍ଧିଷ୍ଣୁ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି ବିଜେପି ବିଧାୟକ ।


ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ବିଜେପି ବିଧାୟକ ଦାବି ଜଣାଇ କହିଛନ୍ତି ଯେ, ରାଜ୍ୟର ଗ୍ରାମାଞ୍ଚଳରେ ଥିବା ସବସେଣ୍ଟର, ପିଏଚସି, ସିଏଚସିଗୁଡିକର ଭିତ୍ତିଭୂମି କୁ ସୁଦୃଢ କରି ଡୋର ଟୁ ଡୋର ବୁଲି ବ୍ୟାପକ ଟେଷ୍ଟିଂ ଓ ଟ୍ରେନିଂର ବ୍ୟବସ୍ଥା କରାଯାଉ । ରାଜ୍ୟରେ ସିଏଚସି ମାନଙ୍କରେ ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମିତଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ପାଇଁ ଅତି କମରେ ୨୦ଟି ଶଯ୍ୟା ବ୍ୟବସ୍ଥା କରି ଆବଶ୍ୟକ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ ।

ଜିଲ୍ଲାସ୍ତରୀୟ କୋଭିଡ୍ କେୟାର ସେଣ୍ଟର କେବଳ ଶଯ୍ୟା କିଣାରେ ସୀମିତ ନରହି ଆବଶ୍ୟକୀୟ ଡାକ୍ତର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କର୍ମଚାରୀଙ୍କ ବ୍ୟବସ୍ଥା କରାଯାଉ । ବିଳମ୍ବ ନକରି ଅକ୍ସିଜେନ, ଭେଣ୍ଟିଲେଟରଯୁକ୍ତ ଶଯ୍ୟା ଓ ଆଇସିୟୁ ଯୁକ୍ତ ଶଯ୍ୟାର ବ୍ୟାପକତାକୁ ପ୍ରାଥମିକତା ଦିଆଯାଉ । ବୈଷୟିକ କର୍ମଚାରୀଙ୍କ ଅଭାବ କାରଣରୁ ଜିଲ୍ଲା, ମେଡିକାଲ କଲେଜ, ପିଏଚସି, ସିଏଚସି ସ୍ତରରେ ପଡି ରହିଥିବା ମେଡିକାଲ ଯନ୍ତ୍ରପାତି ବ୍ୟବହାର ହୋଇପାରୁନାହିଁ ଏବଂ ରୋଗୀମାନେ ମୃତ୍ୟୁବରଣ କରୁଛନ୍ତି । ଭେଣ୍ଟିଲେଟର ଅପରେଟର, ଅକ୍ସିଜେନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ୟନ୍ତ୍ର ବ୍ୟବହାର ପାଇଁ ଆବଶ୍ୟକ ହେଉଥିବା ବୈଷୟିକ କର୍ମଚାରୀଙ୍କୁ ଯୁଦ୍ଧକାଳୀନ ଭିତିରେ ନିଯୁକ୍ତି ଦିଆଯାଉ ।

ଗ୍ରାମାଞ୍ଚଳରେ ଖାଲି ରହିଥିବା ଡାକ୍ତର ପଦବୀକୁ ତୁରନ୍ତ ପୂରଣ କରାଯାଉ । ଗ୍ରାମାଞ୍ଚଳରେ କୋଭିଡ ଭୂତାଣୁରେ ସଂକ୍ରମିତ ବହୁ ପରିବାରରେ ସଙ୍ଗରୋଧରେ ରହିବାର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ପଞ୍ଚାୟତ ସ୍ତରରେ କାର୍ଯ୍ୟକ୍ଷମ ନଥିବା ଟିଏମସି ଏବଂ ସଙ୍ଗରୋଧ ଗୃହକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ । ଗ୍ରାମପଞ୍ଚାୟତ ସ୍ତରରେ ସ୍ଥାନୀୟ ଲୋକପ୍ରତିନିଧି, ଏନଜିଓ, ସ୍ଵାସ୍ଥ୍ୟକର୍ମୀ ଆଦି ବ୍ୟକ୍ତି ବିଶେଷଙ୍କୁ ନେଇ କୋଭିଡ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି ଗଠନ କରି ଟିଏମସି, ସଙ୍ଗରୋଧ ଗୃହର ସୁପରିଚାଳନା ଦାୟିତ୍ଵ ଦେବା ସହ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରି ଗୁରୁତର ରୋଗୀଙ୍କୁ ଜିଲ୍ଲାସ୍ତର ବା ରାଜ୍ୟସ୍ତରରେ କୋଭିଡ୍ କେୟାର ସେଣ୍ଟରକୁ ପଠାଇବାର ଦାୟିତ୍ଵ ଦିଆଯାଉ । କୋଭିତ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟିର ତତ୍ତ୍ବାବଧାନରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗ୍ରାମ ପଞ୍ଚାୟତସ୍ତରରେ ବ୍ୟାପକ ଟୀକାକରଣର ବ୍ୟବସ୍ଥା କରାଯାଉ ।

କୋଭିଡ୍ ସଂକ୍ରମିତ ବ୍ୟକ୍ତିର ମୃତ୍ୟୁ ସମ୍ବନ୍ଧୀୟ ପ୍ରକୃତି ତଥ୍ୟକୁ ସରକାର ପ୍ରକାଶ ନରିବା ଯୋଗୁଁ ଜନସାଧାରଣଙ୍କ ମନରେ ଅସନ୍ତୋଷ ବଢିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କୋଭିଡର ସଫଳ ମୁକାବିଲା କରିବା ପାଇଁ ମିଥ୍ୟା ତଥ୍ୟକୁ ଆଧାର କରି ଯୋଜନା କଲେ ତାହା କୋଭିଡ ମୁକାବିଲା ନେଇ ଫଳପ୍ରଦ ହେବ ନାହିଁ । ରାଜ୍ୟ ସରକାର ବିଜ୍ଞାନ ସମ୍ମତ ତଥ୍ୟ ଉପରେ କୋଭିଡ୍ ମୁକାବିଲା ପାଇଁ ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅନୁନ୍ନତ ଅଞ୍ଚଳରେ ତ୍ଵରିତ ପଦକ୍ଷେପ ନିଅନ୍ତୁ ।

ରାଜ୍ୟ ଜନସାଧାରଣଙ୍କୁ ବିଶ୍ଵାସକୁ ନେଇ ଉପରୋକ୍ତ ଦାବି ମୁତାବକ ପଦକ୍ଷେପ ନେକ ଗ୍ରାମାଂଚଳର କୋଡି଼ଡ୍ ମୁକାବିଲା କରିବା ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ବରଣ ମାଝୀ କହିଛନ୍ତି ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details