ଓଡିଶା

odisha

By

Published : Nov 30, 2021, 12:33 PM IST

Updated : Nov 30, 2021, 3:03 PM IST

ETV Bharat / city

BJP Legislative Meeting: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ । ଗୃହରେ କେଉଁ ସବୁ ମୁଦ୍ଦା ଗୁଡ଼ିକ ଦଳ ଉଠାଇବ ସେ ନେଇ ବୈଠକରେ ଆଲୋଚନା ହେବ । ଅଧିକ ପଢନ୍ତୁ

BJP MLA meeting: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ
BJP MLA meeting: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ (BJP Legislative party Meeting before winter assembly session) । ଗୃହରେ କେଉଁ ସବୁ ମୁଦ୍ଦା ଗୁଡ଼ିକ ଦଳ ଉଠାଇବ ସେ ନେଇ ବୈଠକରେ ହେବ ଆଲୋଚନା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିଛି । ତେବେ ବିଧାନସଭାରେ ମମିତା ମେହେର ହତ୍ୟା ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିକୁ ଜୋରଦାର କରିବ ଦଳ ।

BJP MLA meeting: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ

ଏହା ସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା, ରଂଗଦେଇ ସ୍କୁଲ ରୁପାନ୍ତରିକରଣ ଓ ଶିକ୍ଷା ବ୍ୟବସ୍ଥା, ଆବାସ ଯୋଜନା ଦୁର୍ନୀତି, ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା, ଜିଲ୍ଲା ଖଣିଜ ପାଣ୍ଠି, କାମ୍ପା ଫଣ୍ଡ ଦୁର୍ନୀତି ଇତ୍ୟାଦି ପ୍ରସଙ୍ଗ ବିଜେପି ଉଠାଇବ ବୋଲି ବୈଠକରେ ଆଲୋଚନା ହୋଇଛି। ବିଧାନସଭା ସୁରୁଖୁରୁରେ ଚାଲିବା ଆମର ଲକ୍ଷ । କିନ୍ତୁ ବାଚସ୍ପତି ନିରପେକ୍ଷ ହେଲେ ଏହା ସମ୍ଭବ ହେଇପାରିବ ବୋଲି ବିଜେପି କହିଛି ।

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ସମସ୍ତ ବିଧାୟକଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 30, 2021, 3:03 PM IST

ABOUT THE AUTHOR

...view details